ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ

0

ବଲାଙ୍ଗିର : ବଲାଙ୍ଗିର ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ବଲାଙ୍ଗିର ଅତିରିକ୍ତ ଦୌରାଜଜ୍‍ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଗୁରୁବାର ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଉପରେ ଶୁଣାଣୀ କରି ଅତିରିକ୍ତ ଦୌରାଜଜ୍‍ ରାୟକୁ ସଂରକ୍ଷିତ ରଖିଥିଲେ।
ପ୍ରଥମଥର ଜାମିନ ନାମଞ୍ଜୁର ହେବା ପରେ ଗତ ୧୫ ତାରିଖରେ ବଲାଙ୍ଗିର ଅତିରିକ୍ତ ଦୌରାଜଜ୍‍ଠାରେ ପୁଞ୍ଜିଲାଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ତେବେ ଗୁରୁବାର ୨ୟ ଅତିରିକ୍ତ ଦୌରାଜଜ୍‍ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ରାୟକୁ ସଂରକ୍ଷିତ ରଖିଛନ୍ତି। ଗୁରୁବାର ଦୀର୍ଘ ଅଧଘଣ୍ଟା ଧରି ଚାଲିଥିବା ଏହି ଯୁକ୍ତିରେ ପୁଞ୍ଜିଲାଲଙ୍କ ଓକିଲ ଏହି ମାମଲାର ଅନେକ ଦିଗ ଉପରେ ଆଲୋକପାତ କରିଥିବା ବେଳେ ଜାମିନ ମିଳିବ ବୋଲି ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ସେହିପରି ଏହି ମାମଲାର ସରକାରୀ ଓକିଲ ଶିବ ପ୍ରସାଦ ମିଶ୍ର କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ଅନେକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଥିବାରୁ ଜାମିନ ମିଳିବ କି ନାହିଁ ତାହା ଅଦାଲତଙ୍କ ଉପରେ ନିର୍ଭର କରୁଛି। ଯଦି ପୁଞ୍ଜିଲାଲଙ୍କ ଜାମିନ ନାମଞ୍ଜୁର ହେବ ତେବେ ପୁଣି ଉପରିସ୍ଥ ଅଦାଲତରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ପୁଞ୍ଜିଲାଲଙ୍କ ଓକିଲ ସୂଚନା ଦେଇଛନ୍ତି।
ଗତ ଫେବୃୟାରୀ ୧୫ରେ ପୁଞ୍ଜିଲାଲ ମେହେର ପାଟଣାଗଡ ତଥା ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପୁଅ ବିବାହରେ ଏକ ପାର୍ସଲ ବୋମା ରାୟପୁରରୁ ଏକ କୋରିଅର ସାହାଯ୍ୟରେ ପଠାଇଥିଲେ। ଉକ୍ତ ପାର୍ସଲଟିକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟି ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ଏବଂ ତାଙ୍କର ସମ୍ପର୍କୀୟା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା ଓ ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ।

Leave A Reply