ପଞ୍ଜାବରେ ୪ ବିଧାନସଭା ଆସନର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଚଣ୍ଡିଗଡ଼ : ପଞ୍ଜାବରେ ଅକ୍ଟୋବର ୨୧ରେ ହେବାକୁ ଥିବା ୪ ବିଧାନସଭା ଆସନର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି।
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସୋମବାର ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଅନୁସାରେ ଫଗୱାଡା ସଂରକ୍ଷିତ ବିଧାନସଭା ଆସନ ପାଇଁ କଂଗ୍ରେସ ବଲବିନ୍ଦର ସିଂହଙ୍କୁ ପ୍ରାର୍ଥୀ କରିଥିବାବେଳେ ମୁକେରିୟା ବିଧାନସଭା ଆସନରେ ଇନ୍ଦୁ ବାଲା, ଦାଖା ବିଧାନସଭା ଆସନରେ ସନ୍ଦୀପ ସିଂହ ସନ୍ଧୁ ଏବଂ ଜଲାଲାବାଦ ବିଧାନସଭା ଆସନରୁ ରମୀନ୍ଦ୍ର ଆମଲାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ମୁକୁଲ ୱାସାନିକ ଏହି ସୂଚନା ପ୍ରଦାନ କରିଛନ୍ତି।

Comments are closed.