ଜାତି ବିହିନ ସମାଜ ଗଠନ ଥିଲା ଗୁରୁ ନାନକଙ୍କ ଲକ୍ଷ୍ୟ – ନାଇଡୁ

ପଞ୍ଜାବ: କର୍ତ୍ତାରପୁର କରିଡ଼ର ଶାନ୍ତି, ସଦଭାବନା, ମାନବିକତା ଓ ବସୁଧୈବ କୁଟୁମ୍ବକମ୍‍ କରିଡ଼ର ଭାବେ କାମ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ। ଗୁରୁ ନାନକଦେବ ଜୀଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆହ୍ୱାନ କରାଯାଇଥିବା ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଉଦବୋଧନ ଦେଇ ନାଇଡୁ କହିଛନ୍ତି, ସମାଜରେ ସବୁବର୍ଗଙ୍କୁ ସମାନତା ଦୃଷ୍ଟିରେ ଦେଖିବା କ୍ଷେତ୍ରରେ ଗୁରୁ ନାନାକଦେବ ଜୀଙ୍କ ପ୍ରମୁଖ ଭୂମିକା ଥିଲା ଏବଂ ଜାତି, ଧର୍ମ, ବର୍ଣ୍ଣ, ଭାଷା ଭିତ୍ତିରେ ପାତରଅନ୍ତର କରିବା ବିଷୟକୁ ସେ ତୀବ୍ର ବିରୋଧ କରୁଥିଲେ। ଉପରାଷ୍ଟ୍ରପତି କହିଛନ୍ତି, ଜାତି ବିହିନ ଏକ ସମାଜ ଗଠନ କରିବା ପାଇଁ ନାନକଜୀଙ୍କର ଲକ୍ଷ୍ୟ ଥିଲା ଏବଂ ସେଠାରେ କେହି ଉଚ୍ଚନିଚ୍ଚ ନ ରହନ୍ତୁ ବୋଲି ସେ ଚାହୁଁଥିଲେ। ଏହାଦ୍ୱାରା କେହି କାହାକୁ ଶୋଷଣ କରିପାରିବେ ନାହିଁ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା।

ଉପରାଷ୍ଟ୍ରପତି କହିଛନ୍ତି, ଗୁରୁ ନାନାକଦେବଙ୍କର ସାମାଜିକ ପୁର୍ନଗଠନ ଉଦ୍ୟମ, ଆଧ୍ୟାତ୍ମିକବାଦ ଏବଂ ନୈତିକତା ପ୍ରତି ସେ ଗୁରୁତ୍ୱାରୋପ କରୁଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ହରିଆଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ, ପଞ୍ଜାବ ରାଜ୍ୟପାଳ ଭି.ପି. ସିଂହ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ଥିଲେ।

Comments are closed.