ବଜାଜ୍‍ର ନୂଆ ବାଇକ – ପଲ୍‍ସର୍‍ ୧୫୦ ନିଅନ୍‍

0

ଭୁବନେଶ୍ୱର : ବଜାଜ୍‍ ଅଟୋ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ବାଇକ ପଲସର୍‍ ୧୫୦ ନିଅନ କଲେକ୍ସନ୍‍ର ଉନ୍ମୋଚନ କରାଯାଇଛି। ସମ୍ପୂର୍ଣ୍ଣ ନୂଆ ପଲସର ୧୫୦ ନିଅନ୍‍ ୨୦୧୯ କଲେକ୍ସନ୍‍ ଯୁବ ଓ ପେପି ଷ୍ଟାଇଲ୍‍ ସହିତ ସ୍ପୋର୍ଟସ୍‍ ଅପିଲ୍‍ ନେଇ ଆସିଛି ଓ ୧୦୦/୧୧୦ ସିସିରୁ ଉପର ସ୍ତରରେ ଆକାର ଓ ପ୍ରଦର୍ଶନକୁ ନେଇ ବାଇକ୍‍ ସନ୍ଧାନରେ ଥିବା ଗ୍ରାହକଙ୍କ ପାଇଁ ଏହାକୁ ଉପସ୍ଥାପନ କରାଯାଇଛି। ନୂଆ ପଲସର୍‍ ୧୫୦ ନିଅନ୍‍ର ଏକ୍ସ ସୋ’ରୁମ୍‍ ଦିଲ୍ଲୀ ମୂଲ୍ୟ ୬୪,୯୯୮ ଟଙ୍କା ରହିଛି। ଏହା ସମସ୍ତ ବଜାଜ୍‍ ଡିଲର୍‍ସିପରେ ଉପଲବ୍ଧ। ନୂଆ ପଲସର୍‍ ୧୫୦ ନିଅନ୍‍ ସମ୍ପୂର୍ଣ୍ଣ ନୂଆ ରଙ୍ଗ ଓ ଗ୍ରାଫିିକ୍ସ ସ୍କିମ୍‍ ପ୍ରଦାନ କରୁଛି। ପଲସର୍‍ ୧୫୦ ନିଅନ୍‍ର ହେଡଲ୍ୟାମ୍ପ୍‍ ଆଇବ୍ରୋ, ପଲସର୍‍ ଲୋଗୋ, ସାଇଡ୍‍ ପ୍ୟାନେଲ୍‍ ମେସ୍‍ ଓ ଆଲଏ ଗ୍ରାବ୍‍ ରେଲରେ ରଙ୍ଗର ସମନ୍ୱୟ ରହିଛି। ଏ ସମ୍ପର୍କରେ ବଜାଜ୍‍ ଅଟୋ ଲିମିଟେଡ୍‍ର ସଭାପତି (ମୋଟର ସାଇକଲ୍‍) ଏରିକ୍‍ ଭାସ୍‍ କହିଛନ୍ତି ଯେ, ବିଗତ ୧୭ ବର୍ଷ ହେଲାଣି ପଲସର୍‍ ଭାତରର ଏକ ନମ୍ବର ସ୍ପୋର୍ଟସ୍‍ ବାଇକ୍‍ ରହିଛି। ଏହାର ସତେଜ ଲୁକ୍‍, ଆକର୍ଷଣୀୟ ସଡ଼କ ଉପସ୍ଥିତି ଓ ପ୍ରମାଣିତ ପ୍ରଦର୍ଶନ ସହିତ ସେହି ଗ୍ରାହକଙ୍କ ପ୍ରଥମ ପସନ୍ଦ ହେବାକୁ ପ୍ରସ୍ତୁତ ହୋଇଯାଇଛି ଯେଉଁମାନେ ୧୦୦/୧୧୦ ସିସିରୁ ଆଗକୁ ବଢ଼ିବାକୁ ଚାହୁଁଛନ୍ତି।

Leave A Reply