ଆଜି ଠାରୁ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା

କଟକ: ଦଶହରାକୁ ଆଉ ଅଳ୍ପ ଦିନ ବାକି ରହିଛି। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ଙ୍କ ଆଗମନ ପାଇଁ ରବିବାର ଠାରୁ ଅର୍ଥାତ ଆଜି ଠାରୁ ଆବାହନ ଆରମ୍ଭ ହେଉଛି। ଆଜି ହେଉଛି ଆଶ୍ୱିନ ମାସ ମୂଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜାନୀତି ଆରମ୍ଭ ହେବ। କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡ଼ଚଣ୍ଡୀଙ୍କ ପୀଠରେ ଓ ପୁରୀ ବିମଳାଙ୍କ ପୀଠରେ ମଧ୍ୟ ଆଜି ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଉପଚାର ବିଧି ଆରମ୍ଭ ହେବ।

Comments are closed.