ପ୍ରଥମ ଭଗବାନ ଭାବେ ପୂଜ୍ୟ ପ୍ରଭୁ ଗଣେଶ

0

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ମଧ୍ୟ ବିଶେଷ ଭାବେ ପୂଜା କରାଯାଇଥାଏ। ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଗଣେଶଙ୍କୁ ପ୍ରଥମ ଦେବତା ଭାବରେ ସର୍ବପ୍ରଥମେ ପୂଜା କରାଯାଇଥାଏ। ପ୍ରଭୁ ଗଣେଶ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପୁତ୍ର । ତାଙ୍କୁ କେଉଁ କାରଣରୁ ପ୍ରଥମେ ପୂଜା କରାଯାଏ, ଏହାକୁ ନେଇ ଏକ ସୁନ୍ଦର କାହାଣୀ ରହିଛି। ଜାଣନ୍ତୁ ତାହା କଣ…..
ଥରେ ପ୍ରଭୁ ଭୋଳାଶଙ୍କର ତାଙ୍କର ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କୁ ପୃଥିବୀ ପରିକ୍ରମା କରିବାକୁ କହିଲେ। ଯିଏ ପ୍ରଥମେ ପରିକ୍ରମା କରିବ ସେ ବିଜେତା ଭାବେ ଘୋଷିତ ହେବ। ଏହା ଶୁଣି କାର୍ତ୍ତିକେୟ ନିଜ ବାହନ ମୟୂରରେ ଉଡ଼ି ଗଲେ। ମାତ୍ର ଗଣେଶ ନିଜ ସ୍ଥାନରେ ଠିଆ ହୋଇ ରହି କିଛି ସମୟରେ ନିଜ ମାତା ପିତା ବସିଥିବା ସ୍ଥାନ ଚାରି ପଟେ ୩ ଥର ବୁଲି ଆସିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବତା ମାନେ ଆଶ୍ଚର୍ଯ୍ୟ ହେଲେ। କିଛି ସମୟ ପରେ କାର୍ତ୍ତିକେୟ ସେଠାରେ ପହଞ୍ôଚବା ପରେ ପ୍ରଭୁ ଶିବ ତାହାଙ୍କୁ ପଚାରିଲେ ଗଶେଣ ତୁମେ କଣ ପାଇଁ ପରିକ୍ରମା ନିମନ୍ତେ ଗଲ ନାହିଁ , ସେହି ସମୟରେ ଗଣେଶ ଉତ୍ତର ଦେଲେ ମାତା ପିତା ପୃଥିବୀ ଠାରୁ ମଧ୍ୟ ବଡ଼ ଅଟନ୍ତି ଓ ମାତା ପିତାଙ୍କ ଭିତରେ ସାରା ସଂସାର ସମାହିତ ଅଟେ। ତେଣୁ ମୁଁ ପୃଥିବୀ ପରିକ୍ରମା କରେ ଅଥବା ମାତା ପିତାଙ୍କର, ତାହା ଗୋଟିଏ କଥା। ଏହା ଶୁଣି ସେଠାରେ ଥିବା ଦେବତା ମାନଙ୍କ ସହ ପ୍ରଭୁ ଶିବ ଓ ପାର୍ବତୀ ବହୁତ ଖୁସି ହେଲେ ଏବଂ ଭୋଳା ଶଙ୍କର ଗଣେଶଙ୍କୁ ଆଶୀର୍ବାଦ ଦେଲେ – ପୂଜାର୍ଚ୍ଚନାରେ ତୁମେ ପ୍ରଥମ ଦେବତା ଭାବେ ପୂଜା ପାଇବ।

Leave A Reply