ଜାଣନ୍ତୁ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣର ନିୟମ ଓ କାରଣ

ସମସ୍ତ ଗ୍ରହ ମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ବିଭିନ୍ନ କାରଣ ହେତୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରାଯାଇଥାଏ। ଜାଣନ୍ତୁ ଏହାର କାରଣ କ’ଣ?
ଆତ୍ମାର ସୁଦ୍ଧି ନିମନ୍ତେ ଜଳ ଅର୍ପଣ କରାଯାଇଥାଏ।
ଜଳ ଅର୍ପଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ।
ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଶିକ୍ଷା ଓ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଜାତକରେ ଗ୍ରହ ମାନଙ୍କ ସ୍ଥିତି ଭଲ ରହିଥାଏ।
ଜଳ ଅର୍ପଣର ନିୟମ-
ନିୟମିତ ସ୍ନାନ ସାରି ସକାଳ ୯ଟା ମଧ୍ୟରେ ଜଳ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ।
ଜଳ ଅର୍ପଣ ସମୟରେ ଏକ ଆସନ ଉପରେ ଠିଆ ହେବା ଆବଶ୍ୟକ ଅଟେ।
ତମ୍ବା ପାତ୍ରରେ ଜଳ ନେଇ ଯେକୌଣସି ଲାଲ ରଙ୍ଗର ପୁଷ୍ପ, ଅରୁଆ ଚାଉଳ ଓ ନାଲି ରଙ୍ଗର ଚନ୍ଦନ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଜଳ ଅର୍ପଣ ସମୟରେ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଉଚିତ୍‍।
ଜଳ ଅର୍ପଣ ସମୟରେ ସୂର୍ଯ୍ୟଙ୍କୁ ସିଧାସଳଖ ଦର୍ଶନ ନ କରି ଅର୍ପଣ କରୁଥିବା ଜଳ ଧାରାରେ ଦର୍ଶନ କଲେ ବହୁ ଶୁଭ ହୋଇଥାଏ।
ଅର୍ପଣ କରୁଥିବା ଜଳ ନିଜ ପାଦରେ ପଡ଼ିବା ଉଚିତ ନୁହେଁ। ତେଣୁ ଜଳ ଅର୍ପଣ କରିବା ସମୟରେ ତଳେ ଏକ ପାତ୍ରକୁ ରଖନ୍ତୁ। ଯେପରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରୁଥିବା ଜଳ ସେହି ପାତ୍ର ମଧ୍ୟରେ ପଡିବ। ଏହା ପରେ ପ୍ରଣାମ କରି ପାତ୍ରରେ ଥିବା ଜଳକୁ ଗଛରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଗଛ ହୃଷ୍ଟପୃଷ୍ଟ ହୋଇ ବଢିଥାଏ ।

Comments are closed.