ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ

0

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀ ଯାତ୍ରା ଶନିବାର ଆରମ୍ଭ ହୋଇଛି। ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ବହୁ ଭକ୍ତ ଧାଡ଼ି ବାନ୍ଧି ମା’ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରୁଛନ୍ତି। ପରମ୍ପରା ଅନୁଯାୟୀ ଶୁକ୍ରବାର ଦିନ ବାପା ଅର୍ଥାତ ଦେଶୀ ବେହେରା ମା’ଙ୍କ ମନ୍ଦିରକୁ ଯାଇ ଡାକରା ଦେଇଥିଲେ। ଏହାପରେ ରାତିରେ ବାଜା ବାଜଣା, ଢୋଲ, ତୁରୀ ପଟୁଆର ସହ ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମା’ଙ୍କ ମସ୍ତକରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡ଼ିବା ପରେ ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ମା’ଙ୍କ ଆଜ୍ଞାମାଳ ଓ ଘଟକୁ ଧରି ଏକ ବିରାଟ ଶୋଭାଯାତ୍ରାରେ ବାପ ଘରକୁ ଅଣାଯାଇଥିଲା। ଏହାପରେ ମା’ଙ୍କ ଘଟକୁ ଅସ୍ଥାୟୀ ପୀଠରେ ରଖାଯାଇଥିଲା। ପ୍ରତି ଦୁଇ ବର୍ଷରେ ଥରେ ବ୍ରହ୍ମପୁରରେ ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ଆୟୋଜିତ ହୋଇଥାଏ।

Leave A Reply