ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ

0

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସୋମବାର ଶଭୁଖୁଣ୍ଟି ସ୍ଥାପନ ହେବ। ସୋମବାର ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢୀ ଠାକୁରାଣୀଙ୍କ ବାପ ଘର ସମ୍ମୁଖରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ସୂଚନା ଅନୁଯାୟୀ, ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ସଭିଏଁ ଶୁଭଖୁଣ୍ଟି ଧରି ବୁଢୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ବିରାଟ ପଟୁଆରରେ ଆସି ମା’ବୁଢୀ ଠାକୁରାଣୀଙ୍କ ବାପ ଘର ସମ୍ମୁଖରେ ପୋତାଯିବ। ଶୁଭଖୁଣ୍ଟି ସ୍ଥାପନ ପରେ ତା’ପର ଦିନ ଠାରୁ ମା’ଙ୍କ ଅସ୍ଥାୟୀ ପୀଠର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରତି ୨ ବର୍ଷରେ ଥରେ ମା’ବୁଢୀ ଠାମକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

Leave A Reply