ପୂଜାରେ ବଳିଥିବା ସାମଗ୍ରୀର ବ୍ୟବହାର                     

0

ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ଅନେକ ଫୁଲ, ଜଳ ଓ ପୂଜା ସାମଗ୍ରୀ ବ୍ୟବହାର କରାଯାଇଥାଏ। ପୂଜା ସରିବା ପରେ ଅନେକ ସାମଗ୍ରୀ ବଳି ପଡିଥାଏ। ସେହି ବଳି ପଡିଥିବା ସାମଗ୍ରୀର କ’ଣ କରାଯାଏ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେହି ସାମଗ୍ରୀକୁ କ’ଣ କରାଯାଏ। କୁହାଯାଇଛି ଯେ, ଦେବାଦେବୀଙ୍କ ପୂଜାରେ ବଳି ପଡିଥିବା ଅକ୍ଷତ/ଚାଉଳକୁ ନଦୀରେ ପ୍ରବାହିତ କରନ୍ତୁ ନାହିଁ। ଏହାକୁ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ନିଜ ଆଲମାରୀରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜଭୂତ ରହିଥାଏ।

ଦେବାଦେବୀଙ୍କ ପୂଜାରେ ନଡିଆର ବହୁଳ ବ୍ୟବହାର କରାଯାଇଥାଏ। କୁହାଯାଏ ଯେ, ପୂଜା ପରେ ନଡିଆକୁ ଭାଙ୍ଗି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବା ଉଚିତ। ଯଦି ଏପରି କରିବା ସମ୍ଭବ ହେଉଥାଏ ତେବେ ହୋମ କୁଣ୍ଡରେ ତାହାକୁ ପୋଡି ଦିଅନ୍ତୁ। ଏହାସହ ଲାଲ ଓ ଧଳା ରଙ୍ଗର କପଡାରେ ନଡିଆକୁ ବାନ୍ଧି ପୂଜା ସ୍ଥଳରେ ରଖା ଯାଇପାରିବ। ମାନ୍ୟତା ଅନୁଯାୟୀ ଏପରି କରିବା ଅତ୍ୟନ୍ତ ଶୁଭ ଅଟେ।

ପୂଜାରେ ସର୍ବଦା ଫୁଲର ବ୍ୟବହାର କରାଯାଇଥାଏ। ପୂଜା ପରେ ମଧ୍ୟ ଫୁଲ ବଳିଯାଏ। ସେହି ଫୁଲକୁ ନ ଫୋପାଡି ମୁଖ୍ୟଦ୍ବାର ସମ୍ମୁଖରେ ବାନ୍ଧି ଦିଅନ୍ତୁ।

ପୂଜାରେ ବଳିଥିବା ସିନ୍ଦୁରକୁ ଘରର ବିବାହିତ ମହିଳାମାନେ ନିଜ ମଥାରେ ଲଗାଇପାରିବେ।

 

Leave A Reply