ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ

0

ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ ଏପରି ରଖନ୍ତୁ, ଯେପରି ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ହୋଇରହିବ।
ଯେଉଁଠି ଘରେ ଠାକୁର ଥିବେ ସେଠାରେ ତାଙ୍କ ଉପରେ ଏକ ତୋରଣ ଟାଙ୍ଗିବା ଆବଶ୍ୟକ। ଏହା ଦ୍ୱାରା ଘରେ ସୁଖଶାନ୍ତି ଲାଗି ରହିବା ସହ ପରିବାରରେ ଆନନ୍ଦର ବାତାବରଣ ରହିଥାଏ।
ଠାକୁର ରହୁଥିବା ସ୍ଥାନରେ କୌଣସି ଧାରୁଆ ଦ୍ରବ୍ୟ ରଖିବା ଉଚିତ ନୁହେଁ।
ପୂଜା କରିବା ସମୟରେ ପାଟିତୁଣ୍ଡ କରିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ଧନର ହାନି ହୋଇଥାଏ।
ଦୀପ ଲଗାଇଲା ବେଳେ ସେଥିରେ ଏକ କର୍ପୂର ଲଗାଇବା ଦ୍ୱାରା ଖୁବ ଶୁଭ ଫଳ ମିଳିଥାଏ।
ବାସି ଘରଦ୍ୱାର ସଫା କରିବା ପରେ ପୂଜା କଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ଠାକୁରଙ୍କ ନିକଟରେ ସର୍ବଦା ଏକ ଛୋଟ ପିତ୍ତଳ ଗ୍ଲାସରେ ପାଣି ରଖିବା ଉଚିତ।

Leave A Reply