ପୁଦିନା ରାଇସ

0

ଆବଶ୍ୟକ ସାମଗ୍ରୀ
ବାସୁମତୀ ଅରୁଆ ଚାଉଳ – ୫୦୦ଗ୍ରାମ
ପୁଦିନା ପତ୍ର – ଆବଶ୍ୟକ ପରିମାଣରେ
ସିଝା ଗ୍ରୀନ ମଟର – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୩ଟି
ଅଦା –ଅଳ୍ପ
କଟା ପିଆଜ – ୨ଟି
ଅଲିଭ ଅଏଲ – ଆବଶ୍ୟକ ପରିମାଣରେ
ଅଳେଇଚ – ଅଳ୍ପ
ଡ଼ାଲଚିନି – ଅଳ୍ପ
ଲବଙ୍ଗ – ଅଳ୍ପ
ତେଜପତ୍ର – ଅଳ୍ପ
ଲେମ୍ବୁ ରସ – ୨ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ଧୋଇ ଭିଜାଇ ଦିଅନ୍ତୁ। ଏହା ପରେ ପୁଦିନା ପତ୍ର, ଅଦା, କଞ୍ଚାଲଙ୍କା ଏକାଠି ପେଷି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଳେଇଚ, ଡ଼ାଲଚିନି, ଲବଙ୍ଗ ଏବଂ ତେଜପତ୍ର ପକାଇ ୧ ମିନିଟ ଭାଜନ୍ତୁ। ଭାଜି ହେବା ପରେ ପିଆଜ ପକାଇ ପୁଣି ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏଥିରେ ପେଷି ରଖିଥିବା ପୁଦିନା ପତ୍ର ଓ ସିଝା ଗ୍ରୀନ ମଟର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ପୂର୍ବରୁ ଭିଜାଯାଇଥିବା ଚାଉଳ, ଲେମ୍ବୁ ରସ, ଲୁଣ ପାଣି ଦେଇ ଘୋଡ଼ାଇ ସିଝାନ୍ତୁ। ଭଲ ଭାବେ ସିଝିଗଲେ ଏହାକୁ ଏକ ପାତ୍ରକୁ କାଢନ୍ତୁ । ପ୍ରସ୍ତୁତ ହୋଇଗଲା ପୁଦିନା ରାଇସ। ଏବେ ଏହାକୁ ଗରମାଗରମ ଖାଆନ୍ତୁ।

Leave A Reply