ଆଖି ତଳ କଳା ଦାଗ ଦୂର କରିବାକୁ ଏପରି କରନ୍ତୁ ପୁଦିନା ପତ୍ରର ବ୍ୟବହାର

ବହୁ ସମୟରେ ଆଖି ତଳ ଅଂଶରେ କଳା ଦାଗ ସୃଷ୍ଟି ହୋଇଥାଏ। ଏହା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ବେଳେବେଳେ କାର୍ଯ୍ୟର ବ୍ୟସ୍ତତା ହେତୁ ଯଥେଷ୍ଟ ପରିମାଣରେ ନିଦ୍ରା ସମ୍ପୂର୍ଣ୍ଣ ହୋଇପାରିନଥାଏ। ଆଖି ତଳ କଳା ପଡ଼ିବାର ଏହା ଏକ ମୁଖ୍ୟ କାରଣ ଅଟେ। ଏତଦ ବ୍ୟତୀତ ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ସୂର୍ଯ୍ୟଙ୍କ ଉତ୍ତାପ ଆଦି କାରଣରୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ। କଳା ଦାଗକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ କ୍ରିମର ମଧ୍ୟ ଲୋକେ ବ୍ୟବହାର କରିଥାଆନ୍ତି। ମାତ୍ର ଏହା ମୁହଁ ଉପରେ ବହୁ କୁପ୍ରଭାବ ପକାଇଥାଏ। ଏକ ସହଜ ଘରୋଇ ଉପାୟ ପୁଦିନାକୁ ବ୍ୟବହାର କରି ଆମେ ଆଖି ତଳେ ଥିବା କଳାଦାଗକୁ ଦୂର କରିପାରିବା। ଜାଣନ୍ତୁ କିପରି ….
ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ।
ପ୍ରସ୍ତୁତି କରିବାର ଉପାୟ – ପୁଦିନା ଓ ଟମାଟୋକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଲେମ୍ବୁରସ ମିଶାନ୍ତୁ। ମିଶାଇବା ପରେ ଏହାକୁ ଆଖି ତଳେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.