ସୁଆଦିଆ ଚିଙ୍ଗୁଡ଼ି କଟଲେଟ୍‍

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫ଟି
ଅଣ୍ଡା – ୨ଟି
ବେସନ – ୧କପ
ପାଉରୁଟିର ମାଟିଆ ଭାଗ – ୧କପ
ରସୁଣ ବଟା – ୨ଚାମଚ
ପିଆଜ ବଟା – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ସାମାନ୍ୟ ହଳଦୀ ପକାଇ ରଖନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ରସୁଣ ବଟା, ପିଆଜ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ। ଏହି ମିଶ୍ରଣରେ ଚିଙ୍ଗୁଡ଼ି ପକାଇ ୩୦ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ।  ଆଉ ଏକ ପାତ୍ରରେ ବେସନ ଓ ପାଉରୁଟିର ମାଟିଆ ଭାଗକୁ ମିଶାଇ ରଖନ୍ତୁ।  ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ କାଢି ବେସନ ଓ ପାଉରୁଟିର ମିଶ୍ରଣରେ ଗୋଟିଏ ଗୋଟିଏ କରି ଚିଙ୍ଗୁଡ଼ିକୁ ବୁଡ଼ାଇ ଅନ୍ୟ ଏକ ପାତ୍ରରେ ପୁଣି ଫ୍ରିଜରେ ୫ ମିନିଟ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ ବାହାରକୁ କାଢି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ଚିଙ୍ଗୁଡ଼ି କଟଲେଟ୍‍।

Comments are closed.