ଅନୁଗୁଳ ବାଳ ସୁଧାର କେନ୍ଦ୍ରରେ ଧାରଣା

0

ଅନଗୁଳ: ଅନୁଗୁଳ ବାଳ ସୁଧାର କେନ୍ଦ୍ରରେ ଧାରଣା ଦିଆଯାଇଛି। ବିଭିନ୍ନ ଅପରାଧିକ ମାମଲାରେ ବିଚାରାଧୀନ କଏଦୀ ଭାବେ ବାଳ ସୁଧାର କେନ୍ଦ୍ରରେ ଥିବା ନାବାଳକମାନେ ମଙ୍ଗଳବାର ଦିନ ମୁଖ୍ୟ ଫାଟକକୁ ଭିତର ପଟୁ ତାଲା ପକାଇ ଧାରଣାରେ ବସିଛନ୍ତି। ଭିତରେ ଥିବା ୮୦ ଜଣ ନାବାଳକଙ୍କୁ ନିମ୍ନମାନର ଖାଦ୍ୟ ଏବଂ ମାଡ଼ ମରାଯାଉଥିବାର ଅଭିଯୋଗ ହୋଇଛି। ନାବାଳକମାନଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ କାମରେ ମଧ୍ୟ ନିୟୋଜିତ କରୁଥିବାର ଅଭିଯୋଗ ହୋଇଛି। ଖବର ପାଇ ଏସପି ମିତ୍ରଭାନୁ ମହାପାତ୍ର ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିବା ଜଣା ପଡିଛି।

Leave A Reply