ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ଯାଜପୁର: ସାରା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଘଟଣା ପ୍ରତିବାଦରେ ଗୁରୁବାର ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ ନାରା ଦେଉଥିବା ବେଳେ ରାଜ୍ୟରେ ମା’ଙ୍କୁ ସମ୍ମାନର ନାରା ଦିଆଯାଉଛି। କିନ୍ତୁ ବାସ୍ତବରେ ସାରା ଦେଶରେ ଏବେ ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହାରି ପ୍ରତିବାଦରେ ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟଳୟରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏହି ଶୋଭାଯାତ୍ରାରେ କଂଗ୍ରେସ ରାଜ୍ୟ ପ୍ରଭାରି ରୁଦ୍ରରାଜୁ, ଜିଲା ପ୍ରଭାରୀ ଜ୍ଞାନଦେବ ବେହୁରା, ପୂର୍ବତନ ମନ୍ତ୍ରୀ ଶରତ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.