ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲ ସଂଘର ଧାରଣା

0

ତାଳପଦର : ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବିଜେପୁର ଓକିଲ ସଂଘର ଧାରଣା ଦେଇଛନ୍ତି। ସ୍ଥାୟୀ ବେଞ୍ଚ ଦାବିରେ ମଙ୍ଗଳବାର ଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଓକିଲ ସଂଘ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ଏହି ଧାରଣାରେ ଓକିଲ ସଂଘର ସଭାପତି ଲାଲ ବିହାରୀ ସାହୁ, ସମ୍ପାଦକ ଅଶୋକ କୁମାର ମାହାଣା, ପ୍ରଶାନ୍ତ କୁମାର ପ୍ରଧାନ, ସୁଶାନ୍ତ ବାରିକ, ଅରବିନ୍ଦ ପ୍ରଧାନ, ସମୀର ସାହୁ ଓ ଅନ୍ୟ ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହାସହ ବ୍ଲକର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply