ଆଇଆଇଟି ମାଡ୍ରାସ ପରିସରରେ ମହିଳା ସହକାରୀ ପ୍ରଧ୍ୟାପକ ଆତ୍ମହତ୍ୟା କରିଥିବା ଅଭିଯୋଗ

0

ଚେନ୍ନାଇ . –  ଆଇଆଇଟି ମାଡ୍ରାସର ପରିସରରେ ଜଣେ ମହିଳା ସହକାରୀ ପ୍ରଧ୍ୟାପକ ଆଦିତି ସିମ୍‌ହା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  କିଛିଦିନ ତଳେ ଏହି ସହକାରୀ ପ୍ରଧ୍ୟାପକଙ୍କ ତାଙ୍କ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା । ସେ ଶିକ୍ଷାନୁଷ୍ଠାନ ପରିସରରେ ଏକୁଟିଆ ରହୁଥିଲେ ।

ଆଦିତି ପଦାର୍ଥ ବିଜ୍ଞାନରେ ସହାକାରୀ ପ୍ରଧ୍ୟାପକ ଥିଲେ ।ସୋମବାର ରାତିରେ ତାଙ୍କ କୋଠରୀରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply