ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ପାଇଁ ପୁରସ୍କାର

ଭୁବନେଶ୍ବର : ଡାକ୍ତର ଓ ମେଡିକାଲ ଷ୍ଟାପଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରସ୍କାର ଘୋଷଣା କରିଛନ୍ତି  । ଏଣିକି ନିଷ୍ଠାପର ରୋଗୀସେବା କରୁଥିବା ଡାକ୍ତର ଓ ଷ୍ଟାଫଙ୍କୁ ପୁରସ୍କାର ଦିଆଯିବ।

ସୂଚନା ଅନୁଯାୟୀ, ଶ୍ରେଷ୍ଠ ବିବେଚିତ ୧୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମାଚାରୀଙ୍କୁ ଏହି  ପୁରସ୍କାର ଦିଆଯିବ । ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୫ ଲକ୍ଷ ଲେଖାଏଁ ମିଳିବ ।  ଭଲ କାମ କରିଥିବା ସ୍ଥାୟୀ କର୍ମଚାରୀଙ୍କୁ ବିଦେଶ ଭ୍ରମଣରେ ପଠାଯିବାର ସୁବିଧା ଦିଆଯିବ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ତାଲିମ ପାଇଁ ବିଦେଶ ପଠାଯିବର ବ୍ୟବସ୍ଥା କରାଯାଇଛି ।

 

Comments are closed.