ପ୍ରିୟାଂଶୁ ରଜୱତ ବାହାରିନ୍‍ ଆନ୍ତର୍ଜାତୀୟ ସିରିଜ୍‍ ବ୍ୟାଡ୍‍ମିଣ୍ଟନ ଚମ୍ପିଆନ

ବାହାରିନ୍‍ : ଭାରତୀୟ ଖେଳାଳି ପ୍ରିୟାଂଶୁ ରଜୱତ ବାହାରିନ୍‍ ଆନ୍ତର୍ଜାତୀୟ ସିରିଜ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଲ ହାସଲ କରିଛନ୍ତି। ସୋମବାର ରାତିରେ ଇସା ଟାଉନଠାରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାରେ ୧୭ ବର୍ଷୀୟ ରାଜାୱତ୍‍ ଶୀର୍ଷ ମାନ୍ୟତା ପ୍ରାପ୍ତ କାନାଡ଼ାର ଜାସନ ଆନ୍ଥୋନୀ ହୋ ସୁଏଙ୍କୁ ପରାସ୍ତ କରିଛନ୍ତି। ଶୀର୍ଷ ମାନ୍ୟତା ପ୍ରାପ୍ତ ଭାରତୀୟ ମିଳିତ ଯୋଡ଼ି ଜୁହି ଜେୱାଙ୍ଗନ ଏବଂ ଭେଙ୍କଟ ଗୌରବ ପ୍ରସାଦ ମଧ୍ୟ ଟାଇଟଲ୍‍ ବିଜୟୀ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ଇରା ଶର୍ମା ଏବଂ ରୋହନ କାପୁର ଓ ସୌରଭ ଶର୍ମାଙ୍କ ପୁରୁଷ ଯୋଡ଼ି ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Comments are closed.