ରୋହିଙ୍ଗ୍ୟାଙ୍କ ପ୍ରତି ଦୃଷ୍ଟିଦେବା ଆବଶ୍ୟକ: ପ୍ରିୟଙ୍କା ଚୋପ୍ରା

0

ଢାକା: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଙ୍ଗଳାଦେଶ ଗସ୍ତ କରିଛନ୍ତି। ପ୍ରିୟଙ୍କା ଏହି ଗସ୍ତବେଳେ ବଙ୍ଗଳାଦେଶରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଶିବିର ବୁଲି ଦେଖିଥିଲେ। ସେ ୟୁନିସେଫର ଶିଶୁ ବିକାଶ କ୍ଷେତ୍ରରେ ଦୂତ ରୂପେ କାର୍ଯ୍ୟ କରୁଛନ୍ତି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୋହିଙ୍ଗ୍ୟାମାନଙ୍କ ସହ କିଛି ଫଟୋ ଛାଡିଛନ୍ତି। ସେ କହିଛନ୍ତି, ରୋହିଙ୍ଗ୍ୟା ଶିଶୁମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ। ସାରା ବିଶ୍ୱ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ବଙ୍ଗଳାଦେଶରେ ସାତ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ବସବାସ କରୁଛନ୍ତି। ଗତବର୍ଷ ମିଆଁମାରରେ ହିଂସାରୁ ରକ୍ଷା ପାଇବାପାଇଁ ଏହି ରୋହିଙ୍ଗ୍ୟା ମୁସଲମାନ ଏଠାକୁ ପଳାଇଆସିଥିଲେ।
ଏହା ବ୍ୟତିତ ସେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଅଧିକାର ଆଦି ସାମାଜିକ ଅନୁଷ୍ଠାନ ସହ କାମ କରୁଛନ୍ତି। ଗତବର୍ଷ ପ୍ରିୟଙ୍କା ଜୋର୍ଡାନରେ ଥିବା ସିରିଆ ଶରଣାର୍ଥୀ ଶିଶୁମାନଙ୍କୁ ଭେଟିବା ସହ ସେମାନଙ୍କ ଅଧିକାର ରକ୍ଷା , ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ଅଧିକ ଧ୍ୟାନ ଦେବା ପାଇଁ ବିଶ୍ୱ ସମୁଦାୟକୁ ଅନୁରୋଧ କରିଥିଲେ।

Leave A Reply