‘ଏସପିଜି ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୀତି’ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଗାନ୍ଧୀ ପରିବାର ସଦସ୍ୟଙ୍କ ଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯିବାକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଛନ୍ତି। ଗୁରୁବାର ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ତାଙ୍କ ପୁତ୍ର ରାହୁଲ ଗାନ୍ଧୀଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଏକ ରାଜନୀତି। ରାଜନୀତିରେ ଏପରି ଘଟିବା ଏକ ସ୍ବାଭାବିକ ପ୍ରକ୍ରିୟା। ନଭେମ୍ବର ୮ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାନ୍ଧୀ ପରିବାର ସଦସ୍ୟଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲେ। ଏସପିଜି ସୁରକ୍ଷା ପରିବର୍ତ୍ତେ ସେମାନଙ୍କୁ ସିଆରପିଏଫ୍ ବାହିନୀ ଦ୍ବାରା ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି। ତେବେ ଏସପିଜି ସୁରକ୍ଷା ପ୍ରତ୍ୟାହାର ପରେ ସୋନିଆ ଓ ରାହୁଲ କୌଣସି ନକରାତ୍ମକ ପ୍ରତିକ୍ରିୟା ପରିବର୍ତ୍ତେ ଏସପିଜି ବାହିନୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସୁରକ୍ଷା ବ୍ୟବସ୍ଥା ହଟାଯିବାକୁ ନେଇ କଂଗ୍ରେସ ସଂସଦରେ ସରକାରଙ୍କୁ ବିରୋଧ କରିବା ସହିତ ହଟ୍ଟଗୋଳ କରିଛି। ଏପରିକି ଗାନ୍ଧୀ ପରିବାରକୁ ପୁନର୍ବାର ଏସପିଜି ସୁରକ୍ଷା ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି। ଗାନ୍ଧୀ ପରିବାର ସଦସ୍ୟ ଭାବେ ପ୍ରିୟଙ୍କା ପ୍ରଥମେ କରି ସରକାରଙ୍କ ନିଷ୍ପତ୍ତିକୁ ରାଜନୀତି କହି ସମାଲୋଚନା କରିଛନ୍ତି।

Comments are closed.