ଅନ୍ତର୍ଜାତୀୟ ମହିଳା ଦିବସରେ ଭାବପୂର୍ଣ୍ଣ ସନ୍ଦେଶ ଦେଲେ ପ୍ରିୟଙ୍କା

0

ମୁମ୍ବଇ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶ୍ୱର ମହିଳାଙ୍କୁ ସମ୍ମାନ କରାଯାଏ। ମହିଳାଙ୍କ ଅଧିକାର ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ରାଷ୍ଟ୍ର ଆଗକୁ ବଢୁଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍‍ ମହିଳା ମାନଙ୍କୁ ଏକ ଭାବପୁର୍ଣ୍ଣ ସନ୍ଦେଶ ପଠାଇଛନ୍ତି। ସେ ଲେଖିଛନ୍ତି ମୁଁ ୨୦୧୭ରେ ‘ବମ୍ବଲ’ ସଂସ୍ଥାପକ ହ୍ୱିଟନି ସର୍କାଙ୍କ ସହ ଭେଟିଥିଲି, ସେତେବେଳେ ମୁଁ ଭାବିଥିଲି ଏହି ସାମାଜିକ ନେଟୱାର୍କକୁ ଭାରତକୁ ଆଣିବା ଦରକାର। କିନ୍ତୁ କିଛି ଖବର ଅନୁସାରେ ଭାରତୀୟ ମହିଳାମାନେ ଏହା ପାଇଁ ପ୍ରସ୍ତୁତ ନଥିବା ଜଣାପଡିଥିଲା। ସେ ଆହୁରି କହିଛନ୍ତି ମୋର କେବେ ବିଶ୍ୱାସ ନଥିଲା ଯେ ମୁଁ ଏହି ଆପ ମାଧ୍ୟମରେ ସମସ୍ତଙ୍କ ସହ ଯୋଡି ହୋଇପାରିବି।
ସୂଚନା ଅନୁସାରେ ଏହି ଆପ ବର୍ତ୍ତମାନ ଭାରତରେ ବ୍ୟବହାର କରାଯାଉଛି। କିଛି ମାସ ମଧ୍ୟରେ ଏହି ଆପରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟବହାରକାରୀ ଯୋଡି ହୋଇ ସାରିଲେଣି।
ସୂଚନାଯୋଗ୍ୟ ଯେ ଏହି ଆପ ମାଧ୍ୟମରେ ମହିଳା ଓ ପୁରୁଷ ମାନଙ୍କୁ ମିଶିବା ପାଇଁ ସୁଯୋଗ ମିଳିଥାଏ। ନିଜ ମଧ୍ୟରେ ପ୍ରଥମେ ନିଷ୍ପତ୍ତି ନେବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି।

Leave A Reply