ପ୍ରିୟଙ୍କାଙ୍କୁ ଜାତିସଂଘ ଆମ୍ବାସଡର ପଦରୁ ହଟାଇବା ପାଇଁ  ଚିଠି ଲେଖିଲା ପାକିସ୍ତାନ

ନୂଆଦିଲ୍ଲୀ : ଜାମ୍ମୁ କାଶ୍କିରରୁ ୩୭୦ଧାରା ଉଚ୍ଛେଦ ହେବାପରଠାରୁ ପାକିସ୍ତାନ ରକ୍ତଚାଉଳ ଚୋବାଉଛି। କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ପାକିସ୍ତାନ ଅନେକ ଉଦ୍ୟମ କରି ବିଫଳ ହୋଇଛି। ଏବେ ପାକିସ୍ତାନର ନଜର ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡିଛି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ୟୁନିସେଫର ଗୁଡ଼ୱିଲ ଆମ୍ବାସାଡ଼ର(ସଦଭାବନା ଦୂତ) ପଦରେ ରହିଛନ୍ତି। ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବା ପାଇଁ ପାକିସ୍ତାନ ପ୍ରୟାସ କରିଛି। ଏନେଇ ପାକିସ୍ତାନ ଜାତିସଂଘକୁ ଚିଠି ଲେଖିଛି। ଜାତିସଂଘକୁ ଏକ ପତ୍ର ଲେଖି ପାକିସ୍ତାନର ମାନବ ଅଧିକାର ମନ୍ତ୍ରୀ ସିରିନ ମଜାରୀ କହିଛନ୍ତି ଯେ, ପ୍ରିୟଙ୍କା କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ ସମର୍ଥନ କରୁଛନ୍ତି। ତେଣୁ ତାଙ୍କୁ ଗୁଡଓ୍ଵିଲ ଆମ୍ବାସାଡର ଦାୟିତ୍ୱରୁ ତୁରନ୍ତ ବିତାଡିତ କରାଯାଉ । ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ହିସାବରେ ତାଙ୍କୁ ଦେବାର ନଥିଲା।

ଜାମ୍ମୁ କାଶ୍କିରରୁ ୩୭୦ଧାରା ଉଚ୍ଛେଦ ହେବାପରେ ପ୍ରିୟଙ୍କା ଭାରତକୁ ସପୋର୍ଟ କରିବା ସହ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗରେ ଭାରତର ମତକୁ ପ୍ରିୟଙ୍କା ସମର୍ଥନ ଜଣାଇଆସିଛନ୍ତି ବୋଲି ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

Comments are closed.