ଅନ୍ୟ ଏକ ହଲିଉଡ ଧାରାବାହିକରେ ପ୍ରିୟଙ୍କା

0

ମୁମ୍ବଇ: ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏ କି, ହଲିଉଡ ଧାରାବାହିକରେ ଅଭିନୟ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ଆମେରିକାର ଟିଭି ଧାରାବାହିକ ‘କ୍ୱାଣ୍ଟିକୋ’ରେ ଅଭିନୟ କରି ହଲିଉଡରେ ନିଜର ସ୍ଥିତି ମଜବୁତ କରିଛନ୍ତି। ଏହା ପରେ ସେ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ହଲିଉଡରେ ସକ୍ରିୟ ରହିବା ସହ ପ୍ରିୟଙ୍କା ବଲିଉଡରେ ମଧ୍ୟ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି। ଏବେ ପ୍ରିୟଙ୍କା ସଲମାନଙ୍କ ସହ ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ।
ଖବରଅନୁସାରେ ପ୍ରିୟଙ୍କା ଏବେ ଏକ ଅର୍ନ୍ତଜାତୀୟ ସିରିଜରେ କାମ କରିବାକୁ ଯାଉଛନ୍ତି। ସେ ଏବେ ଏକ ଡିଜିଟାଲ ମଞ୍ଚରେ ନଜର ଆସିପାରନ୍ତି। ସେ ୟୁଟୁବରେ ଏକ ପର୍ଯ୍ୟଟନ(ଟ୍ରାଭେଲ) ଆଧାରିତ ସିରିଜରେ କାମକରିବେ। ଏହି ସିରିଜ ପାଇଁ ଆମେରିକାରେ କିଛି ପ୍ରଯୋଜନା ସଂସ୍ଥା ପ୍ରିୟଙ୍କାଙ୍କ ସହ କଥା ହୋଇଛନ୍ତି। ତାଙ୍କର ଏହି ସିରିଜ ଟପ୍‍ ଅନଲାଇନ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେବ।

Leave A Reply