ନ୍ୟୁୟର୍କ ରାସ୍ତାରେ ନାଚିଲେ ପ୍ରିୟଙ୍କା ; ଭିଡିଓ ଭାଇରାଲ

0

ନ୍ୟୁୟର୍କ : ନ୍ୟୁୟର୍କର ରାସ୍ତାରେ ନାଚିଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଅଭିନେତ୍ରୀ ପ୍ରିୟଙ୍କାଙ୍କ ରାସ୍ତାରେ ନାଚିବା କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପ୍ରିୟଙ୍କା ନିଜର ଆଗାମି ହଲିଉଡ ଚଳଚ୍ଚିତ୍ର ଇଜନଟ ଇଟ ରୋମାଣ୍ଟିକର ସୁଟିଙ୍ଗ ସମୟରେ ଏହି ନୃତ୍ୟ କରିଥିଲେ। ଏହି ନୃତ୍ୟରେ ପ୍ରିୟଙ୍କା ସହ ଅଭିନେତା ରେବଲ ବିଲ୍ସନଙ୍କ ସହ ନୃତ୍ୟ କରିଥିଲେ। ପ୍ରିୟଙ୍କା ଅଭୀନିତ ଏହି ହଲିଉଡ ଚଳଚ୍ଚିତ୍ର ଆଗାମି ପ୍ରେମ ଦିବସ ଦିନ ମୁକ୍ତିଲାଭ କରିବ। ଏହି ନୃତ୍ୟରେ ପ୍ରିୟଙ୍କା ପିଙ୍କ ରଙ୍ଗର ପୋଷାକରେ ନଜର ଆସିଥିଲେ। ଏହା ପ୍ରିୟଙ୍କାଙ୍କ ଦ୍ୱିତୀୟ ହଲିଉଡ ଚଳଚ୍ଚିତ୍ର। ପ୍ରଥମେ ସେ ବେୱାଚରୁ ହଲିଉଡ ଜୀବନ ଆରମ୍ଭ କରିଥିଲେ। ହଲିଉଡ ଚଳଚ୍ଚିତ୍ର ସୁଟିଙ୍ଗ ସମାପ୍ତ ହେବାପରେ ପ୍ରିୟଙ୍କା ବଲିଉଡରେ ଭାଇଜାନଙ୍କ ସହ ନଜର ଆସିବେ।

Leave A Reply