ପ୍ରିୟଙ୍କା ଆସୁଛନ୍ତି ପାଞ୍ଚଟି ନୂଆ ରୂପରେ

0

ଚଳିତ ଦିନରେ ପ୍ରିୟଙ୍କା ଚୋପ୍ରା ନିକ୍‍ ଜୋନସଙ୍କ ସହ ନିଜ ସମ୍ପର୍କ ଓ ସଲମାନଙ୍କ ସହ ଭାରତ ଚଳଚ୍ଚିତ୍ରରେ କାମ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁଇ ବର୍ଷ ପରେ ପ୍ରିୟଙ୍କା ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତାଜା ଖବର ଅନୁସାରେ ଏହି ଚଳଚ୍ଚିତ୍ରରେ ସେ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଓ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରରେ ସେ ଭିନ୍ନ ଭିନ୍ନ ପାଞ୍ଚଟି ରୂପରେ ନଜର ଆସିବେ। ଭାରତ ଚଳଚ୍ଚିତ୍ରରେ ସଲମାନଙ୍କ ରୂପକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ଚାଲିଛି। ଏଥିରେ ସଲମାନ ତାଙ୍କ ବୟସଠୁ ବହୁତ କମ୍‍ ବୟସ ରୂପରେ ନଜର ଆସିବେ। ପ୍ରିୟଙ୍କାଙ୍କ ବିଷୟରେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ପାଞ୍ଚଟି ଭିନ୍ନ ଭିନ୍ନ ରୂପରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କୁୂ ୨୮ ରୁ ୬୦ ବର୍ଷ ବୟସ ମଧ୍ୟରେ ଦେଖିବାକୁ ମିଳିବ ଓ ସଲମାନଙ୍କ ବୟସ ୨୫ ରୁ ୬୫ ମଧ୍ୟରେ ଦେଖାଯିବ। ଏଥିରେ ସଲମାନଙ୍କ ବୟସ କମ୍‍ ଦେଖାଯିବା ପାଇଁ ସ୍ୱତନ୍ତ ଧରଣର ମେକ୍‍ଅପ୍‍ ର ବ୍ୟବହାର କରାଯିବା ସହ ପ୍ରିୟଙ୍କାଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ମେକ୍‍ଅପ୍‍ ଓ ଭିଏଫ୍‍ଏକ୍ସ ର ବ୍ୟବହାର କରାଯିବ। ଅଲ୍ଲୀ ଙ୍କ ମତ ଅନୁସାରେ ପ୍ରିୟଙ୍କାଙ୍କ ରୂପ ୭୦ ଓ ୮୦ ଦଶକର ଅଭିନେତ୍ରୀଙ୍କୁ ଅନୁସରଣ କରି କରାଯିବ। ସେ ଏହି ଚଳଚ୍ଚିତ୍ରରେ ଜୀନତ ଅମାନ, ପରୱିନ ବାବୀ, ଶର୍ମିଲା ଟାଗୋର ଓ ଶବାନା ଆଜମୀଙ୍କ ଭଳି ରୂପରେ ନଜର ଆସିବେ।

Leave A Reply