ଦବଙ୍ଗ ଖାନ୍‌‌ଙ୍କ ପାଉଣା ୪୦୦ କୋଟି

ବଲିଉଡର ସବୁଠୁ ଲୋକପ୍ରିୟ ଅଭିନେତା ଭାବେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରେ ଦବଙ୍ଗ ଖାନ୍‌‌ ସଲମାନ୍‌ଙ୍କ ନାମ ରହିଛି। ନିକଟରେ ତାଙ୍କ ଅଭିନୀତ ‘ଭାରତ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରଟି ବିଭିନ୍ନ ମହଲରେ ଆଦୃତ ହୋଇଥିବାର ପ୍ରକାଶ। ତେବେ ଅନ୍ୟ ଏକ ଖବର ପାଇଁ ସୁଲତାନ୍ ସଲମାନ୍‌ ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବିଗ୍ ବସ୍‌ର ପ୍ରତି ସିଜିନ୍‌‌ରେ ସଲମାନ୍ ହିଁ ଉପସ୍ଥାପନା କରିଆସୁଛନ୍ତି। ମିଳିଥିବା ଖବର ଅନୁସାରେ, ଚଳିତଥର ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏଥରକ ବିଗ୍ ବସ୍ ପାଇଁ ପାଉଣା ସଲମାନ୍ ୪୦୦କୋଟି ଟଙ୍କା ନେଇଛନ୍ତି। ‘ବିଗ୍ ବସ୍-୧୩’ ସପ୍ତାହକୁ ୨ଥର ସୁଟିଂ ହେବ। ଗତ ବର୍ଷ ସଲମାନ୍ ଏଇ ରିଏଲିଟି ଶୋ’ ପାଇଁ ୩୦୦ କୋଟି ଟଙ୍କା ନେଇଥିଲେ। ଏହି କାର୍ଯ୍ୟକ୍ରମର ସୁଟିଂ ପାଇଁ ସଲମାନ୍ ୨ ମାସ ପାଇଁ ଚଳଚ୍ଚିତ୍ର ସୁଟିଂରୁ ବିରତି ନେବେ ବୋଲି ଜଣାପଡ଼ିଛି।

Comments are closed.