ଦର ବୃଦ୍ଧି ଜାତୀୟ ସମସ୍ୟା – କହିଲେ ରଣେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେଉଥିବା କଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୁଧବାର ବିଧାନସଭାରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ତେଲ, ଡାଲି, ଆଳୁ ଓ ପିଆଜ ଦର ବୃଦ୍ଧି ପାଇବା କେବଳ ଓଡିଶାରେ ନୁହେଁ ବରଂ ଜାତୀୟ ସମସ୍ୟା ବୋଲି। ସେ କହିଛନ୍ତି, ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ। ସେଠାକାର ଦର ନିର୍ଦ୍ଧାରଣର ପ୍ରଭାବ ସିଧାସଳଖ ରାଜ୍ୟ ଉପରେ ପଡ଼ୁଛି ବୋଲି ମନ୍ତ୍ରୀ ରଣେନ୍ଦ୍ର କହିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ଦରବୃଦ୍ଧି ପାଇଚାଲିଛି। ତେବେ ଆବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ବିଧାନସଭାରେ ପ୍ରଶ୍ନୋତ୍ତର ଆଲୋଚନା କାଳରେ ବିଭିନ୍ନ ସାମଗ୍ରୀ ସହିତ ସୁନାର ମାପ ଓଜନରେ ଠକାମୀ କରାଯାଉଥିବା ନେଇ ବିରୋଧୀ ଦଳର ବିଧାୟକମାନେ ଅଭିଯୋଗ କରିଥିଲେ। ପରେ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଥିବା ସୁନାଦୋକାନଗୁଡ଼ିକୁ ଯାଞ୍ଚ କରିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.