ଭାରତୀୟ ନୌବାହିନୀ ଏକାଡେମୀକୁ ସମ୍ମାନଜନକ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କଲେ ରାଷ୍ଟ୍ରପତି

କନ୍ନୁର୍‍ : ରାଷ୍ଟ୍ରପତି ରାମନାଥ କୋବିନ୍ଦ କେରଳର କନ୍ନୁର୍‍ସ୍ଥିତ ଭାରତୀୟ ନୌବାହିନୀ ଏକାଡେମୀକୁ ସମ୍ମାନଜନକ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କରିଛନ୍ତି। ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ଉଲ୍ଲେଖନୀୟ ଅବଦାନ ଥିବା ଓ ଉତ୍କର୍ଷ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କରାଯାଇଥାଏ।
ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ନୌବାହିନୀ ଏକାଡେମୀଠାରେ ଏକ ସ୍ୱତନ୍ତ୍ର ପ୍ୟାରେଡ୍‍ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଏଥିରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ଶ୍ରୀ କୋବିନ୍ଦ ଏକାଡେମୀର ଅଫିସରମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Comments are closed.