ବିଶ୍ୱ ଉଷୁ ପ୍ରତିଯୋଗୀତା : ପ୍ରବୀଣ କୁମାରଙ୍କୁ ସ୍ୱର୍ଣ୍ଣପଦକ

ସାଙ୍ଘାଇ : ବିଶ୍ୱ ଉଷୁ ପ୍ରତିଯୋଗୀତାରେ ପ୍ରବୀଣ କୁମାର ଫିଲିପାଇନ୍ସର ରୁଜେଲ୍‍ ଡିଆଜ୍‍ଙ୍କୁ ହରାଇ ସ୍ୱର୍ଣ୍ଣପଦକ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ଭାବେ ଗୌରବ ଅର୍ଜନ କରିଛନ୍ତି। ସାଙ୍ଘାଇଠାରେ ଅନୁଷ୍ଠିତ ପଞ୍ଚଦଶ ଉଷୁ ପ୍ରତିଯୋଗିତାର ୪୮ କିଲୋଗ୍ରାମ ଶ୍ରେଣୀରେ ପ୍ରବୀଣ କୁମାର ରୁଜେଲ୍‍ ଡିଆଜ୍‍ଙ୍କୁ ପରାସ୍ତ କରିଛନ୍ତି।

ମହିଳା ବିଭାଗରେ ପୁନମ ୭୫ କିଲୋଗ୍ରାମ ଓ ସାନ୍ଥୋଇ ଦେବୀ ୫୨ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଥିବା ବେଳେ ପୁରୁଷ ବିଭାଗ ୬୦ କିଲୋଗ୍ରାମ ବର୍ଗରେ ବିକ୍ରାନ୍ତ ବାଲିଆଁ ବ୍ରୋଞ୍ଜ ପଦକ ପାଇଛନ୍ତି । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ଭାରତ ତୃତୀୟ ସ୍ଥାନରେ ରହିଛି ।

Comments are closed.