ନିର୍ବାଚନ ଲଢ଼ିବେନି ପ୍ରଭାତ ତ୍ରିପାଠୀ

0

ଭୁବନେଶ୍ବର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ପ୍ରଭାତ ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚିଠିରେ ସେ ଚିଟ୍‌ ଫଣ୍ଡ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ସେ ଦର୍ଶାଇଛନ୍ତି, ବିଜେପି ପକ୍ଷରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା। କନ୍ଧମାଳ ଉପନିର୍ବାଚନ ବେଳେ ଦଳର ଭାବମୂର୍ତ୍ତି ନଷ୍ଟ ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା। କିନ୍ତୁ ବାସ୍ତବତା ହେଉଛି ରାଜ୍ୟରେ ବିଜେଡି ଲୋକପ୍ରିୟ। ବାଙ୍କୀବାସୀଙ୍କ ନାମ୍ନାରେ ମୋର ଭାବମୂର୍ତ୍ତି ଆହୁରି ସ୍ବଚ୍ଛ ହୋଇଛି। ରାଜନୀତିରେ ଉଚ୍ଚ ନୈତିକତା ସୃଷ୍ଟି କରିବାରେ ନବୀନ ଉଦାହରଣ। ନବୀନଙ୍କ ଆଭିମୁଖ୍ୟର ସମର୍ଥନରେ ଠିଆ ହେବାକୁ ମୁଁ ଉଚିତ ମନେ କରୁଛି।  ମୋ ବିରୋଧରେ ହୋଇଥିବା ମାମଲା ବିଚାରାଧୀନ ରହିଛି। ତେଣୁ ମୋ ପକ୍ଷରୁ ନିର୍ବାଚନ ନ ଲଢ଼ିବାକୁ ପ୍ରସ୍ତାବ ଦେଇଛି ବୋଲି ପ୍ରଭାତ କହିଛନ୍ତି। ଦଳ ଯଦି ଚାହିଁବ ସାଙ୍ଗଠନିକ କ୍ଷେତ୍ରରେ ସହଯୋଗ କରିବି। ନିର୍ବାଚନ ବେଳେ ଦଳ ପାଇଁ ପ୍ରଚାର କରିବାକୁ ପଛାଇବି ନାହିଁ ବୋଲି ସେ କହିଛନ୍ତି।

Leave A Reply