ବିଜେପିରେ ମିଶିଲେ ପ୍ରତ୍ୟୁଷା ରାଜେଶ୍ୱରୀ

0

ଭୁବନେଶ୍ବର : କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହ ଦେଓଙ୍କ ଘରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ବସନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳୀୟ ଟିକେଟ ନ ପାଇବାରୁ ସେ ଇସ୍ତଫା ଦେଇଥିଲେ ବୋଲି ଜଣାପଡିଥିଲା। ଇସ୍ତଫା ଦେବା ପରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଧରିଥିଲା । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ​‌ସହ ପ୍ରତ୍ୟୁଷା ରାଜେଶ୍ୱରୀ କଥା ହୋଇଥିଲେ ।

Leave A Reply