ଆବାସ ଯୋଜନାରେ ଦୁର୍ନୀତି ଦୂର ପାଇଁ ଆରମ୍ଭ ହେଲା କଲ୍‍ ସେଣ୍ଟର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିବାପରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ବିଜେପି କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆଣିଥିଲା। ବିଜେପିର ଅଭିଯୋଗ ଥିଲା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି ଏବଂ ସରକାର କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହୋଇଥିଲା। ବିରୋଧୀଙ୍କ ଅଭିଯୋଗପରେ ସରକାର ଏହି ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ୱଚ୍ଛତା ପାଇଁ କଲ ସେଣ୍ଟର ଖୋଲିଛନ୍ତି। । ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ସବୁ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହି କଲ୍‍ ସେଣ୍ଟରରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ବାସଗୃହ ପାଇବାକୁ ଥିବା ହୀତାଧିକାରୀଙ୍କ ନମ୍ବର ରହିବ। ଯାହା ଦ୍ୱାରା କଲ୍‍ ସେଣ୍ଟରରୁ ସେମାନଙ୍କ ନିକଟକୁ କଲ୍‍ ଯିବ। ୫ଟି ମାଧ୍ୟମରେ ସରକାର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ । ପ୍ରତିଦିନ କଲ୍‍ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ଫୋନ ଯିବ । ଏଥିରେ କର୍ମଚାରୀମାନେ ହିତାଧିକାରୀଙ୍କୁ ଫୋନ କରି କେହି ହଇରାଣ କରୁନ୍ତି କି, କାମ କରାଇବା ପାଇଁ ଟଙ୍କା ମାଗୁଛି କି ଏପରି ପ୍ରଶ୍ନ ପଚାରି ମତ ନେବେ । ଦୈନିକ ଅତି କମରେ ୫୦ଟି ଫୋନ କଲ କରି ଲୋକଙ୍କ ମତାମତ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.