ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସାମୁହିକ ପ୍ରଥମାଷ୍ଟମୀ ପାଳନ

ବଡ଼ସାହି : ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଛାତ୍ରାବାସରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠାନର ସମ୍ପାଦକ ଡା. କୁମାର ବାବୁଲିଙ୍କ ସଭାପତିତ୍ୱରେ ବୁଧବାର ସାମୁହିକ ପ୍ରଥମାଷ୍ଟମୀ ପାଳିତ ହୋଇ ଯାଇଛି। ଏଥିରେ ସମସ୍ତଙ୍କ ମାମୁଁ ତଥା ମୁଖ୍ୟଅତିଥି ଭାବେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାପାତ୍ର ଯୋଗଦାନ କରି ପିତାମାତାଙ୍କ ପ୍ରଥମ ସନ୍ତାନ ଦେବାଦେବୀଙ୍କ ପ୍ରସାଦ ସ୍ୱରୂପ। ଏହି ପ୍ରଥମ ଗର୍ଭର ସନ୍ତାନମାନଙ୍କୁ ଉତ୍କଳରେ କୁହାଯାଏ ପୋଢୁଆଁ ପିଲା। ସେହି ପୋଢୁଆଁ ମାନଙ୍କର ପର୍ବ ପ୍ରଥମାଷ୍ଟମୀ। ଓଡିଆ ସଂସ୍କୃତିରେ ପୋଢୁଆଁ ମାନେ ମମୁଁ ଘର ପ୍ରଦତ୍ତ ନୂତନ ବସ୍ତ୍ର ପିନ୍ଧିବା ଓ ହଳଦୀପତ୍ରରେ ପିଠା ଖାଇବା ପରମ୍ପରା କେଉଁ ଅନାଦିକାଳରୁ ରହି ଆସିଛି। ଜଣାଯାଏ ମାମୁଁ ଘର ନୂତନ ବସ୍ତ୍ର ପିନ୍ଧିଲେ ମାମୁଁ ମାଇଁଙ୍କ ଅନ୍ତେ ସେମାନଙ୍କୁ ପିଣ୍ଡ ଦେବାର ଅଧିକାର ଏହି ପ୍ରଥମାଷ୍ଟମୀରୁ ପୋଢୁଆଁ ମାନେ ପାଇଥାନ୍ତି। ଅନ୍ୟପକ୍ଷରେ ହଳଦୀ କୃମୀ ନାଶକ ହୋଇଥିବାରୁ ହଳଦୀପତ୍ରର ପିଠାରେ ହଳଦୀର ଗୁଣ ଥିବାରୁ ପୋଢୁଆଁ ପିଲା ମାନେ କୃମି ରୋଗ ଭୋଗନ୍ତି ନାହିଁ ବୋଲି କିମ୍ବଦନ୍ତି କହେ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ମଧୁମିତା ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ବିନୟ କୁମାର ମହାନ୍ତ ବକ୍ତାଭାବରେ ଯୋଗଦାନ କରି ଏହି ମହାନ ପରମ୍ପରାର ଆଭିମୁଖ୍ୟ ସମ୍ପର୍କରେ ପିଲାମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଶିବମ୍‍ ପ୍ରକାଶ ଜେନା, ନିଳକଣ୍ଠ ମହାନ୍ତି, ନମିତା ପାତ୍ର, ଜୟଶ୍ରୀ ଖଟୁଆ ଓ ଗୋପିନାଥ ନାୟକ ଆଦି ଯୋଗ ଦାନ କରି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କର ଦୀର୍ଘାୟୁ କାମନା କରିଥିଲେ। ଛାତ୍ରାବାସର ୨୮୬ଜଣ ଛାତ୍ରଛାତୀଙ୍କ ମଧ୍ୟରୁ ୬୭ଜଣ ଛାତ୍ର ଓ ୪୫ ଜଣ ଛାତ୍ରୀ ମିଶି ମୋଟ ୧୧୨ଜଣ ଛାତ୍ରଛାତ୍ରୀଙ୍କୁ ମାମୁଁ ଶ୍ରୀ ମହାପାତ୍ର ନୂତନ ବସ୍ତ୍ର ପିନ୍ଧାଇଥିଲେ। ମାଇଁ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ମିରା ମହାନ୍ତିଙ୍କ ସହିତ ଲିପିକା ଗୁରୁମା’ ଓ ବୃନ୍ଦାବତୀ ଗୁରୁମା’ ପିଲାମାନଙ୍କୁ ବନ୍ଦାପନା ପୂର୍ବକ ପାରମ୍ପାରିକ ବଡ଼ି ବହାଘର କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତୀ ମାନେ ପୋଢୁଆଁ ମାନଙ୍କୁ ପିଠାଖୁଆଇ ଥିବା ବେଳେ ଉପସ୍ଥିତ ଶତାଧିକ ପିତାମାତା ସମସ୍ତଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ।

Comments are closed.