କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

0

ଭୁବନେଶ୍ୱର : ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଛନ୍ତି।
ଗତ ବର୍ଷ ହୋଇଥିବା ବିଜେପୁର ଉପ- ନିର୍ବାଚନରେ ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ଲଢି ପରାସ୍ତ ହୋଇଥିଲେ। ଇସ୍ତଫା ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ସମୀକ୍ଷା ପାଇଁ ଦଳକୁ ଜଣାଇଥିଲି; କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ। ପରାଜୟର କାରଣ କ’ଣ, ସମୀକ୍ଷା ପାଇଁ ମଧ୍ୟ କହିଥିଲି, କଂଗ୍ରେସ ପୁନର୍ବିନ୍ୟାସରେ ମୋର କିଛି ଭୂମିକା ରହିଲା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Leave A Reply