ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

0

ନୂଆଦିଲ୍ଲୀ/ଭୁବନେଶ୍ବର : କଂଗ୍ରେସ ଛାଡିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛି । ମୋଦୀଙ୍କ ସବକା ସାଥ୍ ସବକା ବିକାଶ ଧାରାକୁ ଆଗେଇ ନେବି । ମୋଦୀଙ୍କ ବିକାଶ ନାରାକୁ ଆଗକୁ ନେବାକୁ ମୋ ନିର୍ବାଚନମଣ୍ଡଳୀର ଯୁବବର୍ଗଙ୍କୁ ଏକତ୍ରିତ କରିବି । ବିଜେପି ପାଇଁ ମନପ୍ରାଣ ଦେଇ କାମ କରିବି ବୋଲି ପ୍ରକାଶ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, ୨୦ବର୍ଷର ସଂପର୍କ ଛିନ୍ନ କରି ଶନିବାର ପ୍ରକାଶ ବେହେରା କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ ।

Leave A Reply