ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ : କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୧। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯେଉଁଥିରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଶାସକ ଓ ବିରୋଧୀ ଦଳର ଅନେକ ସାଂସଦ ସଦସ୍ୟ ଅଛନ୍ତିି। ବରିଷ୍ଠ ସାଂସଦ ଶରଦ ପାୱାର ଏବଂ ଫାରୁକ ଅବଦୁଲା ପ୍ରମୁଖ ଏହି କମିଟିର ସଦସ୍ୟ ଅଛନ୍ତି। ତେବେ ମାଲେଗାଓଁ ବିସ୍ଫୋରଣରେ ଅଭିଯୁକ୍ତ ଭାବେ ସାଧ୍ୱୀ ପ୍ରଜ୍ଞାଙ୍କୁ ଦର୍ଶାଯାଇଥିଲା। କିନ୍ତୁ ପରେ ସେ ଭୋପାଳ ଆସନରୁ ଲୋକସଭା ନିର୍ବାଚନ ଲଢ଼ି ବରିଷ୍ଠ କଂଗ୍ରେସ ନେତା ତଥା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ପରାସ୍ତ କରିଥିଲେ।
ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୟାନବାଜି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏହାକୁ ସମାଲୋଚନା କରିଛି। ଦଳର ନେତା ଜୟବୀର ଶେରଗିଲ ଏହାକୁ ଭାଜପା ସରକାରଙ୍କ ରାଷ୍ଟ୍ରବାଦର ନୂଆ ମଡେଲ ବୋଲି କହିଛନ୍ତି। ସେ ଏହାକୁ ନାଥୁରାମ ଗଡସେ ଭକ୍ତଙ୍କ ପାଇଁ ଭଲ ଦିନ ଆସିଗଲା ବୋଲି କହିଛନ୍ତି।

Comments are closed.