ପ୍ରଫୁଲ୍ଲଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି ବହିଷ୍କାର ଆଦେଶ ଉଠାଇ ଦେଇଛି। ୨୦୧୪ ସେପ୍ଟେମ୍ବର ମାସରେ ପ୍ରଫୁଲ୍ଲ ଘଡାଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଖବର ପାଇବା ପରେ ଶ୍ରୀ ଘଡାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯିବାର ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ ଗଣମାଧ୍ୟରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରୁ ସେ ବହିଷ୍କାର ହୋଇଥିଲେ। ଏପରିକି ଦଳ ଗତ ନିର୍ବାଚନରେ ଟିକେଟ ମଧ୍ୟ ଦେଇନଥିଲା। ବର୍ତ୍ତମାନ ରାଜ୍ୟରେ ରାଜନୀତି ସରଗରମ ହେଉଥିବାରୁ ଦଳ ଏଭଳି ବରିଷ୍ଠ ନେତାଙ୍କ ଆବଶ୍ୟକତା ରହିଛି ବୋଲି ଅନେକ ମତ ଦେଉଛନ୍ତି।

Leave A Reply