‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଲୋକମାନଙ୍କର ଜୀବନ ଯାପନ ଶୈଳୀକୁ ଆହୁରି ଅଧିକ ସହଜ କରିଦେଇଛି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକମାନଙ୍କର ଜୀବନ ଯାପନ ଶୈଳୀକୁ ଆହୁରି ଅଧିକ ସହଜ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ଯୋଜନା ଆରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ ଟ୍ୱିଟ୍‍ କରି ଶ୍ରୀ ମୋଦି କହିଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କୁ ଏହା ମାଧ୍ୟମରେ ବାସଗୃହ ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ଘର କେବଳ ଚାରି କାନ୍ଥକୁ ବୁଝାଏ ନାହିଁ ; ଏହା ଏକ ସ୍ଥାନ, ଯେଉଁଠି ଜଣେ ବ୍ୟକ୍ତି ତାଙ୍କର ସ୍ୱପ୍ନକୁ ସାକାର କରିଥା’ନ୍ତି ଏବଂ ଆଶା ଓ ଆକାଂକ୍ଷାର ପୂରଣ କରିଥା’ନ୍ତି ।

Comments are closed.