ଫେସ୍‌ବୁକରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମହାରଥୀ

ପିପିଲି: ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ସୋସିଆଲ ମିଡିଆ ଫେସବୁକ୍‌ରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଗିରଫ ହେବା ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଏହି ଘଟଣାରେ ମୁଁ ଏବଂ ମୋ ଦଳ ସମ୍ପୃକ୍ତ ନାହିଁ। ଏଭଳି ଘଟଣା ପାଇଁ ମୁଁ ଦୁଃଖିତ ଏବଂ ମର୍ମାହତ। ସ୍କ୍ବାଡ୍‌ ମୋ ଫାର୍ମହାଉସରେ ତାଲା ଭାଙ୍ଗି ଭିତରେ ପଶିଥିଲେ। ରାତି ୧୨ଟାରେ ଜବରଦସ୍ତି ଫାର୍ମହାଉସରେ ପଶିଥିଲେ। ମୋ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ବୋଲି ମହାରଥୀ କହିଛନ୍ତି।

Comments are closed.