ଅନନ୍ତ ଭୁଇଁଆଙ୍କ ହତ୍ୟା ପ୍ରତିବାଦରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

0

ମାଲକାନଗିରି : ଗତ ୨୩ ତାରିଖରେ ମାଥିଲି ଠାରେ ପୁଲିସ ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ନକ୍ସଲ ଗଡ଼ ମଉପଦରଠାରୁ ଛତିଶଗଡ଼ ସୀମାନ୍ତ ରାସ୍ତା ଠାରେ ଏହି ପୋଷ୍ଟର ଲଗାଯାଇଛି।
ଯେଉଁଥିରେ ଲେଖା ଅଛି, “କୌଣସି ପରିସ୍ଥିତିରେ ଆମେ ଅନନ୍ତ ଭୁଇଁଆଙ୍କ ହତ୍ୟାକାରୀ ମାଓବାଦୀଙ୍କୁ ଛାଡିବୁ ନାହିଁ, ଏହାର ପ୍ରତିଶୋଧ ନେବୁ, ଅନନ୍ତ ଭୁଇଁଆ ଅମର ରହେ।
ମାଥିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ ଦେଶପ୍ରେମୀ ଅନନ୍ତ ଭୂଇଁଆଙ୍କୁ ହତ୍ୟା କ’ଣ ପାଇଁ? ଏବଂ କେଉଁ ଅଧିକାରରେ?
ମାଟି ପାଇଁ ସହିଦ ହୋଇଥିବା ଅନନ୍ତ ଭୂଇଁଆଙ୍କୁ ହତ୍ୟା ପରେ ଯଦି ମାଓବାଦୀ ଭାବୁଥା’ନ୍ତି ଯେ ସେମାନଙ୍କର କଣ୍ଟା ସଫା ହୋଇଯାଇଛି, ତେବେ ଏପରି ଭାବିବା ସେମାନଙ୍କର ଭୁଲ। ଆମେ ଅନନ୍ତଙ୍କ ସ୍ୱପ୍ନର ମାଥିଲି ନିର୍ମାଣ କରିବୁ, ତା ସହିତ ନକ୍ସଲ ମୁକ୍ତ ମାଥିଲି ମଧ୍ୟ।
ବିନା କାରଣରେ ପୁଲିସ ସୂଚନାଦାତା କହି ହତ୍ୟା କରିବା ମାଓବାଦୀ ତୁମେ ତୁମର ଏହି ଗଣିତ ବନ୍ଦକର। ଏବେ ଏହା ସଙ୍ଗଠନ ପକ୍ଷରୁ ତୁମକୁ ଶେଷ ସନ୍ଦେଶ। ତୁମ କଲା କର୍ମର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ।
ଅନନ୍ତ ଭୂଇଁଆଙ୍କ ହତ୍ୟାକୁ ଆମେ ଏମିତି ବ୍ୟର୍ଥ ଯିବାକୁ ଦେବୁନି। ଏହାକୁ ପୋଷ୍ଟର ମାଧ୍ୟମରେ ମିଳୁଥିବା ସଧାରଣ ଚେତାବନୀ ବୋଲି ଭାଵନି, ଏହା ତୁମ ପାଇଁ କାଳର ସନ୍ଦେଶ।
ଅନନ୍ତ ଭୁଇଁଆଙ୍କୁ ହତ୍ୟା ମାଓବାଦୀ ଆନ୍ଦୋଳନ ପାଇଁ ଶନିଗ୍ରହ ଅଟେ। ଏବେ ତୁମର ଆନ୍ଦୋଳନ ଆଉ ଚାଲିବ ନକ୍ଷହିଁ କି ଆମେ ଏହାକୁ ଚାଲିବାକୁ ଦେବୁନାହିଁ। ହିଂସା ମୁକ୍ତ ଓଡିଶା ଅଭିଯାନ ତୁମର ଦାଦାଗିରି ଆଉ ଚାଲିବାକୁ ଦେବନି। ବହୁତ ହେଇଗଲା ଆଉ ନୁହେଁ ଏବେ ତୁମକୁ ତୁମ କର୍ମର କୁପରିଣାମ ଭୋଗିବାକୁ ହେବ।
ବହୁତ ଶୀଘ୍ର ଓଡିଶା ନକ୍ସଲ ମୁକ୍ତ ହେବ, ମାଓବାଦୀ ତୁମକୁ ଆମେ ଛାଡିବୁ ନାହିଁ। ଏଥର ଲଢେଇ ଏପାର ସେପକ୍ଷରର, ଆମେ ତୁମକୁ ଜଙ୍ଗଲ ଭିତରେ ଗୋଡ଼େଇ ଗୋଡ଼େଇ ମାରିବୁ। ସାବଧାନ ମାଓବାଦୀ।
ଜନତାଙ୍କୁ ବିନୀତ ଅନୁରୋଧ ଯେ ମାଟିପାଈଁ ସହିଦ ଅନନ୍ତ ଭୁଇଁଆଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୩ ତାରିଖକୁ ମାଓ ବିରୋଧୀ ସହିଦ ଦିବସ ରୂପେ ପାଳନ କରନ୍ତୁ ଏବଂ ଆମକୁ ସହଯୋଗ କରନ୍ତୁ”।

Leave A Reply