କେଉଁ ଫୁଲ ଶିବଙ୍କୁ ପୂଜା କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ ଜାଣନ୍ତୁ

.

Published On: Feb 14, 2018 05:17 PM IST | Updated On: Feb 14, 2018 05:19 PM IST |   493

ଏକଲକ୍ଷ ଅଗସ୍ତ୍ୟ ଫୁଲ ପୂଜାରେ ଅର୍ପଣ କରିଥିବା ପୁରୁଷ ଯଶପ୍ରାପ୍ତି ହୋଇଥାନ୍ତି।
ତୁଳସୀ ଦଳରେ ଶିବଙ୍କୁ ଆରାଧନା କଲେ ଉପାସକ ଭୋଗ ଏବଂ ମୋକ୍ଷ ଉଭୟ ପ୍ରାପ୍ତି ହୁଅନ୍ତି।
ଲାଲ୍‌ ଏବଂ ଧଳା ଅରଖ, ଅପମାରଙ୍ଗ ଏବଂ ଶ୍ୱେତପଦ୍ମରେ ପୂଜା କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁପରେ ସ୍ୱର୍ଗରେ ସ୍ଥାନ ମିଳେ।
ଜବାପୁଷ୍ପ ଏକଲକ୍ଷ ଶିବଙ୍କୁ ସମର୍ପଣ କଲେ ଶତ୍ରୁନାଶ ହୋଇଥାନ୍ତି।
ଏକଲକ୍ଷ କରବୀର ଫୁଲ ଶିବପୂଜନରେ ବ୍ୟବହାର କଲେ ରୋଗରୁ ମୁକ୍ତି ମିଳେ।
ସନ୍ତାନ ପ୍ରାପ୍ତିର କାମନା କରୁଥିବା ଦମ୍ପତି ଏହିଦିନ ଏକଲକ୍ଷ ଦୁଦୁରା ଫୁଲରେ ଶିବ ଉପାସନା କଲେ ସେମାନଙ୍କ ମନସ୍କାମନା ଖୁବ୍‌ ଶୀଘ୍ର ପୂରଣ ହୋଇଥାଏ। ଲାଲ୍‌ ଡେମ୍ଫ ଥିବା ଦୁଦୁରା ପୂଜା କରିବା ଲାଗି ବେଶ୍‌ ଶୁଭଙ୍କର।
ପୁରୁଷମାନେ ଶିବରାତ୍ରିରେ ଚମେଲି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଯାନବାହନ ସୁଖ ପ୍ରାପ୍ତି ହୁଏ।
ଶମି ପୁଷ୍ପ ଭଗବାନ ଶିବଙ୍କର ଅତିପ୍ରିୟ। ଏହାଦ୍ୱାରା ଶିବପୂଜା କଲେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି ହୋଇଥାନ୍ତି।
ଅଳସୀ ଫୁଲରେ ଶିବ ଆରାଧନା କରିଥିବା ବ୍ୟକ୍ତିଙ୍କୁ ବିଷ୍ଣୁକୃପା ମଧ୍ୟ ପ୍ରାପ୍ତି ହୁଏ।
ମାଳତୀ ଫୁଲ ଅର୍ପଣ କଲେ ମହାଦେବ ସୁଲକ୍ଷଣା ପତ୍ନୀ ପ୍ରଦାନ କରିଥାନ୍ତି।
ଗଙ୍ଗଶିଉଳି ଫୁଲରେ ପୂଜା କରିବା ଦ୍ୱାରା ଶିବଭକ୍ତଙ୍କୁ ସୁଖସମୃଦ୍ଧି ମିଳେ।
ଭଗବାନ ଶିବଙ୍କୁ ୧ଲକ୍ଷ ବେଲପତ୍ର ଅର୍ପଣ କରିବାରେ ଭୌତିକ ସୁଖପ୍ରାପ୍ତି ହୋଇଥାଏ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।