ଶୁଭଯୋଗରେ ଶିବରାତ୍ରି, କେଉଁ ରାଶି ପାଇଁ କ'ଣ

.

Published On: Feb 14, 2018 05:12 PM IST | Updated On: Feb 14, 2018 05:13 PM IST |   2119

ଜ୍ୟୋତିର୍ବିଦମାନଙ୍କ ମତରେ ଚଳିତଥର ଶିବରାତ୍ରି ଶ୍ରବଣା ନକ୍ଷତ୍ରଯୁକ୍ତ ରହୁଛି। ଏହି ନକ୍ଷତ୍ରର ସ୍ୱାମୀ ଚନ୍ଦ୍ର ହୋଇଥିବାବେଳେ ସେ ମକର ରାଶିରେ ଅବସ୍ଥାନ କରୁଛନ୍ତି ଯାହା ଶନି ଗ୍ରହଙ୍କର ରାଶି। ରବି ମଧ୍ୟ ଶନିଙ୍କ ରାଶି କୁମ୍ଭରେ ରହୁଛନ୍ତି। ମଙ୍ଗଳ ସ୍ୱରାଶି, ଅର୍ଥାତ୍‌ ବିଛାରେ ରହିବେ। ଏହି ଯୋଗ ସବୁ ରାଶି ପାଇଁ ଶୁଭଙ୍କର। ବିଶେଷକରି ମକର, କର୍କଟ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଭାଗ୍ୟୋଦୟର ସମୟ ବୋଲି କୁହାଯାଇପାରେ। ଧନୁ ଏବଂ ମିଥୁନ ରାଶି ସାମାନ୍ୟ ଚିନ୍ତାରେ ପଡିପାରନ୍ତି। ଅନ୍ୟ ସମସ୍ତ ରାଶି ପାଇଁ ଏହି ତିଥି ସାଧାରଣ ଫଳଦାୟକ ହେବ।
ରାଶି ଅନୁସାରେ ପୂଜା ଉପାୟ
ମେଷ: ଶିବରାତ୍ରିରେ କଞ୍ଚାକ୍ଷୀର ଏବଂ ଦହିରେ ଶିବଲିଙ୍ଗକୁ ସ୍ନାନ କରାଇ ଦୁଦୁରା ଅର୍ପଣ କରିବେ। କର୍ପୂରରେ ଆଳତି କରନ୍ତୁ।
ବୃଷ: ଶିବଲିଙ୍ଗକୁ ଆଖୁରସରେ ସ୍ନାନ କରାଇ ମଲ୍ଲୀ ଅତର ଲଗାନ୍ତୁ ଏବଂ ଆଳତି କରନ୍ତୁ।
ମିଥୁନ: ସ୍ଫଟିକ ଶିବଲିଙ୍ଗ ପୂଜା କରିପାରିଲେ ଭଲ। ଲାଲ୍‌ ଅବିର, କୁମ୍‌କୁମ, ଚନ୍ଦନ ଏବଂ ଅତରରେ ଅଭିଷେକ କରନ୍ତୁ। ଅରଖ ଫୁଲ ଚଢାଇବା ସହ ମିଠା ଭୋଗ କରି ଆଳତି କରନ୍ତୁ।
କର୍କଟ: ଶିବରାତ୍ରିରେ ଅଷ୍ଟଗନ୍ଧ ଚନ୍ଦନରେ ଅଭିଷେକ କରିବେ। ଅଟାରେ ତିଆରି ରୁଟି ଭୋଗ ଲଗାଇ ଆଳତି କରିବା ଉଚିତ।
ସିଂହ: ଫଳରସ ଏବଂ ମହୁରେ ଅଭିଷେକ କରନ୍ତୁ। ଅରଖ ଫୁଲ ଅର୍ପଣ କରି ମିଠା ଭୋଗ କରିବେ।
କନ୍ୟା: ଦୁଦୁରା, ଅରଖ ଫୁଲ ଏବଂ ବେଲପତ୍ର ସହିତ ନୈବେଦ୍ୟ ଅର୍ପଣ କରନ୍ତୁ। କର୍ପୂର ମିଶ୍ରିତ ଜଳରେ ଅଭିଷେକ କରିବେ।
ତୁଳା: ଫୁଲ ଜଳରେ ଶିବଲିଙ୍ଗକୁ ସ୍ନାନ କରାନ୍ତୁ। ବେଲପତ୍ର, ମଲ୍ଲୀଫୁଲ, ଗୋଲାପ, ଅକ୍ଷତ ଏବଂ ଚନ୍ଦନ ଅର୍ପଣ କରି ଆଳତି କରନ୍ତୁ।
ବିଛା: ଶୁଦ୍ଧ ଜଳରେ ଶିବଲିଙ୍ଗକୁ ସ୍ନାନ କରାଇବା ପରେ ମହୁ, ଘିଅ ଏବଂ ପରେ ପୁନଃ ଜଳରେ ସ୍ନାନ କରାନ୍ତୁ। ଏହାପରେ ପୂଜା କରି ଆଳତି କରିବେ।
ଧନୁ: ଚାଉଳରେ ଶିବଲିଙ୍ଗର ଶୃଙ୍ଗାର କରି କାଜୁ, କିସ୍‌ମିସ ଆଦି ଡ୍ରାଏଫ୍ରୁଟ୍‌ସ ଭୋଗ ଲଗାଇବେ। ବେଲପତ୍ର ଏବଂ ଗୋଲାପ ଫୁଲରେ ଶିବଲିଙ୍ଗଙ୍କୁ ସୁସଜ୍ଜିତ କରି ପୂଜା ଓ ଆଳତି କଲେ ମନସ୍କାମନା ପୂରଣ ହୋଇଥାଏ।
ମକର: ଗହମରେ ଶିବଲିଙ୍ଗକୁ ଆଚ୍ଛାଦିତ କରି ବିଧିବଦ୍ଧ ଭାବେ ପୂଜା କରିବା ପରେ ସେହି ଗହମ ଅଭାବୀ ଲୋକଙ୍କୁ ଦାନ କରିଦେବେ।
କୁମ୍ଭ: ଧଳା ଏବଂ କଳାରାଶି ମିଶାଇ ଏକାନ୍ତ ସ୍ଥାନରେ ଥିବା ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଜଳରେ ସେହି ଶିବଲିଙ୍ଗକୁ ଭଲଭାବେ ଘର୍ଷଣ କରି ସ୍ନାନ କରାଇବା ପରେ ଆଳତି କରିବେ।
ମୀନ: ରାତିରେ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ବସି ଶିବଲିଙ୍ଗ ପୂଜା କରନ୍ତୁ। ୩୫ଥର ଓଁ ନମଃ ଶିବାୟ ଉଚ୍ଚାରଣ କରି ବେଲପତ୍ର ଅର୍ପଣ କରିବେ ଏବଂ ଆଳତି କରିବେ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।