ବିଜେପୁର: ଯାଞ୍ଚ ବେଳେ ୨ଟି ଗାଡିରୁ ୩ ଲକ୍ଷ ଟଙ୍କା ଜବତ, ୨ ଅଟକ

.

Published On: Feb 14, 2018 04:47 PM IST | Updated On: Feb 14, 2018 05:01 PM IST |   466

ବରଗଡ଼: ବିଜେପୁର ଉପ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି  ଭାବେ ଯାଞ୍ଚ କରାଯାଉଛି । ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଳକର ତାଳପାଲି ହାଇସ୍କୁଲ ନିକଟରେ ପୁଲିସ  ପକ୍ଷରୁ ବିଭିନ୍ନ  ଗାଡି ମଟର ଯାଞ୍ଚ କରାଯାଇଉଛି । ଯାଞ୍ଚ ସମୟରେ ଓଡ଼ି ୦୨ ଏଜେ ୬୬୩୩ ଏବଂ ଓଆର ୧୭ ଇ ୫୦୪୦  ଦୁଇଟି ଗାଡ଼ିରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି ।

ଏହି ଗାଡ଼ି ଦୁଇଟିରେ ଥିବା ଗଞ୍ଜାମ ଅଞ୍ଚଳର ହରପ୍ରସାଦ ସାହୁ ଓ ମହମ୍ମଦ ରିଆଜ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । ଅଟକ ଥିବା ବ୍ୟକ୍ତିମାନେ ବ୍ୟବସାୟ ପାଇଁ ଏହି ଅର୍ଥ ଧରି ଯାଉଥିଲେ ବୋଲି ପ୍ରକାଶ କରିଛନ୍ତି । ତେବେ ପାଖରେ ଥିବା ଏଥେ ଟଙ୍କା କେଉଁଠାରୁ ଆସିଛି ଏବଂ ସେମାନେ କାହାପାଖକୁ ଯାଉଥିଲେ ସେ ବିଷୟରେ ବିଶେଷ କିଛି ଜଣାଇ ନ ଥିବାରୁ ପୁଲିସ ଏ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।