ପିଏନବି ଉପରେ ଚଢଉ ; ୧୧ହଜାର କୋଟିର ବେଆଇନ ନେଣଦେଣ

.

Published On: Feb 14, 2018 04:08 PM IST | Updated On: Feb 14, 2018 06:41 PM IST |   251

ମୁମ୍ବାଇ: ମୁମ୍ବଇସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟରୁ ବେଆଇନ ନେଣଦେଣ ହୋଇଥିବା ଜଣା ପଡ଼ିଛି। ଏହି ନେଣଦେଣ ଦ୍ୱାରା ବିଦେଶକୁ ବେଆଇନ ଭାବରେ ଟଙ୍କା ପଠାଯାଇଛି। ସେୟାର ବଜାରକୁ ମିଳିଥିବା ତଥ୍ୟ ମୁତାବକ ପିଏନବିର କେବଳ ଗୋଟିଏ ଶାଖାରେ ୧୧,୩୬୦କୋଟି ଟଙ୍କା ବେଆଇନ ନେଣଦେଣ କରାଯାଇଛି। ଏଭଳି ନେଣଦେଣ ବ୍ୟାଙ୍କ ଗ୍ରାହକଙ୍କ ଆଗ୍ରହ ଅନୁଯାୟୀ କରାଯାଇଛି। ବିଦେଶରେ ଅନ୍ୟ ବ୍ୟାଙ୍କର ଗ୍ରାହକଙ୍କୁ ଏହି ଶାଖାରୁ ଅଗ୍ରୀମ ଟଙ୍କା ପୈଠ କରିବା ଆଳରେ ଏଭଳି ନେଣଦେଣ କରାଯାଇଛି।


ବ୍ୟାଙ୍କର ଏଭଳି ନେଣଦେଣ ସମ୍ପର୍କରେ ସେୟାର ବଜାରରେ ଖବର ପ୍ରଚାରିତ ହେବା କ୍ଷଣି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସେୟାର ଭାରି ମାତ୍ରାରେ ତଳକୁ ଖସିଯାଇଛି। ବ୍ୟବସାୟ କ୍ଷେତ୍ରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭାରତର ଦ୍ୱିତୀୟ ବୃହତ ବ୍ୟାଙ୍କ ହୋଇଥିବାବେଳେ ଏହି ନେଣଦେଣ କରିଥିବା ଗ୍ରାହକଙ୍କ ନାମ ଅଦ୍ୟାବଧି ବ୍ୟାଙ୍କ ଦ୍ୱାରା ସର୍ବସାଧାରଣ କରାଯାଇ ନାହିଁ। ତେବେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ବ୍ୟାଙ୍କ କର୍ତ୍ତୁପକ୍ଷ ଗ୍ରାହକଙ୍କ ତାଲିକା ପ୍ରଦାନ କରିଛନ୍ତି। ପୂର୍ବରୁ ଏଭଳି ଏକ ବେଆଇନ ନେଣଦେଣ ମାମଲାରେ ଖ୍ୟାତନାମା ଗହଣା ବ୍ୟବସାୟୀ ନିରଦ ମୋଦି ମୋଟ୍‌ ୨୮୦ କୋଟି ଟଙ୍କା ବେଆଇନ ନେଣଦେଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ ଖାତା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବେଆଇନ ନେଣଦେଣରେ ସାମିଲ ଅଛି କି ନାହିଁ ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।