ଜେଲ ଓ୍ୱାଡର ଶାରୀରିକ ପରୀକ୍ଷା ବେଳେ ପରୀକ୍ଷାର୍ଥୀ ଆହତ ,ସତ୍ୟବ୍ରତ ଷ୍ଟାଡିୟମରେ ୩ ଘଣ୍ଟା ପଡି ରହିଲେ

ଆହତ ପ୍ରାର୍ଥୀଙ୍କୁ ଅଣଦେଖା ଅଭିଯୋଗ, ଆମ୍ବୁଲାନ୍ସ ଓ ଅନ୍ୟାନ ସୁବିଧା ନଥିଲା, ଅଟୋ ରିକ୍ସାରେ  ଡାକ୍ତରଖାନାକୁ  ନେଲେ ପରୀକ୍ଷାର୍ଥୀ ଙ୍କ ସାଥୀ

Published On: Feb 14, 2018 03:30 PM IST | Updated On: Feb 14, 2018 04:01 PM IST |   1474

କଟକ: ଫେବ୍ରୁଆରୀ ୧୪ ତାରିଖରେ କଟକ ସତ୍ୟବ୍ରତ ଷ୍ଟାଡିୟମରେ ଜେଲ ଓ୍ୱାଡର ପାଇଁ ଶାରୀରିକ ପରୀକ୍ଷା ଚାଲିଥିଲା । ଏହି ସମୟରେ ପରୀକ୍ଷା ଦେବାକୁ କେନ୍ଦ୍ରାପଡାରୁ ଆସିଥିବା ପରୀକ୍ଷାର୍ଥୀ ମନୋଜ ମଲ୍ଲିକ ଦୌଡ ପରୀକ୍ଷା ଦେଉଥିବା ବେଳେ ପଡିଯାଇ ଆହତ ହୋଇଥିଲେ । ତାଙ୍କର ଗୋଡରେ ଆଘାତ ଲାଗିଥିବାରୁ ଉଠି ପାରି ନ ଥିଲେ । ସେଠାରେ  ଥିବା ତାଙ୍କ ବନ୍ଧୁମାନେ ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାତ୍ର ସେମାନେ ଏଥି ପ୍ରତି ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହୋଇଛି । ବିଳମ୍ବରେ ସେଠାରେ ଥିବେ ଜଣେ ଡାକ୍ତର ଆହତ ପ୍ରାର୍ଥୀଙ୍କର ଏକ୍ସରେ ହେବ ବୋଲି କହିଥିଲେ ।ସେଠାରେ ଆମ୍ବୁଲାନ୍ସ ସହ ଅନ୍ୟାନ ବ୍ୟବସ୍ଥା ବି  ନଥିଲା । ୧୦୮କୁ କଲ୍‌ କରିଥିଲେ ମଧ୍ୟ ସେହି ସମୟରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିବା  ୧୦୮କଲ୍‌ ସେଣ୍ଟରୁ ଉତ୍ତର ମିଳିଥିଲା । ଦୀର୍ଘ ୩ ଘଣ୍ଟା କାଳ ପ୍ରାର୍ଥୀ ଜଣକ ସେଠାରେ ଯନ୍ତ୍ରଣାରେ ଛଟ ପଟ ହୋଇଥିଲେ । ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଜଣାଇବାର ‘ହଁ ଦେଖୁଛୁ’ ବୋଲି ଉତ୍ତର ମିଳିଥିଲେ । ଶେଷରେ ତାଙ୍କର ବନ୍ଧୁମାନେ ଏକ ଅଟୋ ରିକ୍ସାରେ ଆହତ ପରୀକ୍ଷାର୍ଥୀ ମନୋଜଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଏ ବିଷୟରେ  ପରୀକ୍ଷା ଆୟୋଜନ କରୁଥିବା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।

ଆହତ ପ୍ରାର୍ଥୀଙ୍କର ଭିଡିଓ ଆଟାଚ୍‌ ଅଛି -

 

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।