ତାରକାଙ୍କ ମେଳିରେ ବିଜେପୁର

.

Published On: Feb 14, 2018 02:28 PM IST | Updated On: Feb 14, 2018 02:34 PM IST |   190

ଭୁବନେଶ୍ୱର: ରାଜନୈତିକ ଦଳର ଶାସନ କାଳ ଯେତେ ବଢିବା ସହ ଏହାର ଶକ୍ତି ଓ ଲୋକପ୍ରିୟତା ସେତେ ବଢିବାରେ ଲାଗେ। ଅବଶ୍ୟ ସେହି ଅନୁପାତରେ ସମାଲୋଚନା ମ୍ମ ଅଧିକ ହେବାକୁ ଲାଗେ। ଓଡ଼ିଶା ରାଜନୀତିରେ ଦୀର୍ଘ ୧୭ବର୍ଷର ଶାସନ କାଳରେ ଏହାର ଶକ୍ତି ଓ ଲୋକପ୍ରିୟତା ବ୍ୟାପକ ମାତ୍ରାରେ ବଡ଼ିଛି। ପରିସ୍ଥିତି ଏପରି ଯେ, ଦଳର ନେତାଙ୍କ ଛବି ଓ ଦଳୀୟ ଚିହ୍ନ ହିଁ କୌଣସି ପ୍ରାର୍ଥୀକୁ ବିଜୟ ମୁକୁଟ ପିନ୍ଧାଇବାର ସାମର୍ଥ୍ୟ ରଖୁଛି।

ଏଭଳି ଲୋକପ୍ରିୟତାରେ  ବିଜେପି ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଦଳର ସାଂଗଠନିକ ଶକ୍ତି ସାଙ୍ଗକୁ ପ୍ରଶାସନିକସ୍ତରରେ ଦଳର ପତିଆରା ରଖିଥିବା ବିଜେଡିକୁ ମାତ ଦେବାକୁ ବିଜେପି ପକ୍ଷରୁ ବ୍ୟାପକ ରଣନୀତି କାର୍ଯ୍ୟକାରୀ କରାଯାଉଛି। ସାଧାରଣ ଲୋକଙ୍କ ମନକୁ ଛୁଁଇବା ପାଇଁ ସମସ୍ତ ରାଜନୈତିକ ଦଳ ଅଳ୍ପ ବହୁତ ସିନେ ତାରକାଙ୍କୁ ନିଜ ପ୍ରଚାରରେ ବ୍ୟବହାର କରୁଥିବାବେଳେ ବିଜେଡି ମ୍ମ ସିଧାସଳଖ କୁନା ତ୍ରିପାଠୀ, ଆକାଶ ଦାସନାୟକ, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପପୁ ପମପମ ପରି ଅଭିନେତାଙ୍କୁ ଦଳର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଦଳରେ ସାମିଲ କରିଛନ୍ତି।

ଏବେ ଏହି ରଣନୀତି ଅନ୍ତର୍ଗତ ବିଜେପିରେ ମ୍ମ ସିନେ ତାରକାଙ୍କ ଭିଡ଼ ବଢିବାରେ ଲାଗିଛି। କିଛି ଦିନ ପୂର୍ବେ ମିହିର ଦାସ, ଅନୁ ଚୌଧୁରୀ ଦଳରେ ଯୋଗ ଦେବା ପରେ ଖ୍ୟାତନାମା ଅଭିନେତ୍ରୀ ମହେଶ୍ୱତା ରାୟ ଓ ଏବେ କଂଗ୍ରେସର ଶୋଭା ମଣ୍ଡିତ କରିଥିବା ଅପରାଜିତା ମହାନ୍ତି ମ୍ମ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଗୋଟିଏ ପଟେ ପୁରୁଖା ଦିଗଜ କଳାକାରଙ୍କୁ ନେଇ ବିଜେପି ମୁଖ୍ୟତଃ ବିଜେପୁର ଉପ-ନିର୍ବାଚନରେ ପ୍ରଚାର ମଞ୍ଚର ଶୋଭା ମଣ୍ଡିତ କରିବାକୁ ଉଦ୍ୟମ କରୁଥିବାବେଳେ ବିଜେଡି ବର୍ତ୍ତମାନର ଲୋକପ୍ରିୟ ଅଭିନେତାଙ୍କୁ ମଞ୍ଚରେ ଓହ୍ଲାଇବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମୁଖ୍ୟତଃ ଦେଖିବାକୁ ଗଲେ ପ୍ରଚାର ମାତ୍ର କିଛି ଦିନ ମ୍ମରେ ବିଜେପୁର ଉପ ନିର୍ବାଚନ ପ୍ରଚାର ନିଜ ସମସ୍ୟା, ପ୍ରସଙ୍ଗକୁ ପାସୋରି ରଙ୍ଗମଞ୍ଚର ରଙ୍ଗିନ ଦୁନିଆରେ ପ୍ରବେଶ କରିବାରେ ଲାଗିଛି। ବିଜେପୁରବାସୀ ଏଣିକି ଆଉ ନିଜ ସମସ୍ୟା ନୁହେଁ ବରଂ ମଞ୍ଚରେ ଉପସ୍ଥିତ ତାରକାଙ୍କ ଆଲୋକରେ ନିଜ ଦୈନନ୍ଦିନ ଜୀବନର ସମସ୍ୟାର କାଳିମାକୁ ଭୁଲିଯାଆନ୍ତୁ ଏହାହିଁ ଉଭୟ ରାଜନୈତିକ ଦଳ ଚେଷ୍ଟା ଚଲାଇଛନ୍ତି।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।