ଜିଏସ୍‌ଟି ରାଜସ୍ୱ ମାସିକ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ

.

Copy Editor RRM | Published On: Feb 14, 2018 07:06 AM IST |   247

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ରୁ ଆସୁଥିବା ରାଜସ୍ୱ ଆସନ୍ତା ଆର୍ଥିକ ବର୍ଷର ଶେଷ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ପ୍ରତି ମାସିକ ସ୍ତରରେ ପହଞ୍ଚିବ। ଅର୍ଥ ମନ୍ତ୍ରାଳାୟ ଅଧିକାରୀଙ୍କ କହିବାନୁସାରେ, ଟିକସ ତଥ୍ୟ ଓ ଇ-ୱେ ବିଲ୍‌ ଭଳି ବ୍ୟବସ୍ଥା ଲାଗୁ ହେବାରେ ଜିଏସ୍‌ଟି ରାଜସ୍ୱ ଏହି ସ୍ତରରେ ପହଞ୍ଚିବ। ସରକାର ବଜେଟ ୨୦୧୮-୧୯ରେ ଜିଏସ୍‌ଟିରୁ ପ୍ରାୟ ୭.୪୪ ଲକ୍ଷ କୋଟି ଟଙ୍କା ପାଇବାର ଅନୁମାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ଫେବୃଆରୀ ମଧ୍ୟରେ ୪.୪୪ ଲକ୍ଷ କୋଟି ଟଙ୍କା ଜିଏସ୍‌ଟିରୁ ମିଳିବାର ଆଶା କରାଯାଉଛି। ଗତବର୍ଷ ୧ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରେ ପ୍ରଥମ ମାସରେ ୯୫ ହଜାର କୋଟି ଟଙ୍କାର ରାଜସ୍ୱ ଆସିଥିଲା। ଯାହାକି ଅଗଷ୍ଟରେ ୯୧ ହଜାର କୋଟି ଟଙ୍କା ସ୍ତରରେ ପହଞ୍ଚିଥିଲା। ଡିସେମ୍ବରରେ ୯୨,୧୫୦ କୋଟି, ଅକ୍ଟୋବରରେ ୮୩ ହଜାର କୋଟି, ନଭେମ୍ବରରେ ୮୦,୮୦୮ କୋଟି ଟଙ୍କା ରହିଥିଲା।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।