ଦେବଦାସ ଛୋଟରାୟ ପାଇବେ ‘ଆମ ଗୌରବ’ ସମ୍ମାନ

୨୦୧୮ ପ୍ରବାସୀ ଭାଷା ସମ୍ମାନ ଘୋଷିତ

Copy Editor RRM | Published On: Feb 14, 2018 01:29 AM IST |   130

ନୂଆଦିଲ୍ଲୀ: ସ୍ଥାନୀୟ ପ୍ରବାସୀ ବୁଦ୍ଧିଜୀବୀ ଫୋରମ ପକ୍ଷରୁ ସମ୍ମାନଜନକ ୨୦୧୮ ପ୍ରବାସୀ ଭାଷା ସମ୍ମାନ ଘୋଷିତ ହୋଇଛି। ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୩ ବିଶିଷ୍ଟ ଓଡ଼ିଆଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ ଅବସରରେ ଆସନ୍ତା ୧୮ରେ ଅନ୍ରୁିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ। ବିଶିଷ୍ଟ ଗୀତିକାର, ଲେଖକ ଏବଂ ଶିକ୍ଷାବିତ ଦେବଦାସ ଛୋଟରାୟଙ୍କୁ ଚଳିତ ବର୍ଷର ‘ଆମ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅନ୍ୟ ୧୨ ଜଣଙ୍କୁ ସମ୍ମାନିତ କରାଯିବ। ଏମାନେ ହେଲେ, ଚଳଚିତ୍ର - ନିର୍ଦେଶକ ରାଜୁ ମିଶ୍ର, ଭାଷା- ଡକ୍ଟର ବି. ଏନ. ପଟ୍ଟନାୟକ, ସାହିତ୍ୟ-ଡକ୍ଟର ସଚିଦାନନ୍ଦ ମହାନ୍ତି, ଓଡ଼ିଆ ସାହିତ୍ୟ- ଡକ୍ଟର ପାରମିତା ଶତପଥୀ, ସାମ୍ବାଦିକତା- ସନ୍ଦିପ ସାହୁ, ଓଡ଼ିଶୀ ନୃତ୍ୟ- କସ୍ତୁରୀ ପଟ୍ଟନାୟକ, ଓଡ଼ିଆ ଭାଷା ଗବେଷଣା- ଡକ୍ଟର ଦେବାଷିଶ ଜେଟି, ଅନୁବାଦ- ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ, ରାଜ୍ୟ ବାହାରେ ଓଡ଼ିଆ ଭାଷାର ପ୍ରସାର- ବିନୟ ପଟ୍ଟନାୟକ, ଯୁବ ସାମ୍ବାଦିକତା- ସାଗର ଶତପଥୀ ଓ ସଂସ୍କୃତି ପ୍ରସାର- ଆଶିଷ ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯିବ। କେନ୍ଦୁଝର ଜିଲ୍ଲାର ବିବେକାନନ୍ଦ ପାଠକ ମଞ୍ଚକୁ ଶ୍ରେଷ୍ଠ ସ୍ୱୟଂ ସେବକ ଅନ୍ରୁାନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନ୍ରୁାନର ସମ୍ପାଦକ ଦେବେନ୍ଦ୍ର ରାଉତ ଜଣାଇଛନ୍ତି। ଡକ୍ଟର ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପୁରସ୍କାର ମନୋନୟନ କମିଟି କୃତୀମାନଙ୍କ ନାମ ଘୋଷଣା କରିଛି।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।